ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଚନ୍ଦ୍ରବାବୁଙ୍କ ପତ୍ନୀଙ୍କ ସଂପତ୍ତି ୫ ଦିନରେ ୫୩୫ କୋଟି ଟଙ୍କା ବୃଦ୍ଧି, ପୁଅ ପାଇଲେ ୨୩୭ କୋଟି

Image Courtesy: 10tv

ନୂଆଦିଲ୍ଲୀ: ଆନ୍ଧ୍ରପ୍ରେଦଶ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ବାଜିମାତ କରିଛି । ପୁଣି ଥରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ହେବାକୁ ଯାଉଛି । ଆଉ ଏହାକୁ ନେଇ ଚନ୍ଦ୍ରବାବୁଙ୍କ କମ୍ପାନିର ଶେୟାର ହୁହୁ ହୋଇ ବଢ଼ିଛି । ଗତ ୫ ଦିନରେ ହେରିଟେଜ୍‌ ଫୁଡସ୍‌ର ଶେୟାର ମୂଲ୍ୟ ୫୫ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ କମ୍ପାନିର ପ୍ରମୋଟର ନାଇଡୁଙ୍କ ପତ୍ନୀ ଭୁବନେଶ୍ବରୀଙ୍କ ସଂପତ୍ତି ୫୭୯ କୋଟି ଟଙ୍କା ବଢ଼ିଛି ।

 ନିର୍ବାଚନ ପୂର୍ବରୁ ଜୁନ୍‌ ୩ରେ କମ୍ପାନିର ଶେୟାର ୪୨୪ ଟଙ୍କା ଥିଲା । ଆଉ ଆଜି କମ୍ପାନିର ଶେୟାର ୬୬୧.୨୫ ଟଙ୍କାରେ ପହଞ୍ଚିଯାଇଛି । ତେବେ ୧୯୯୨ରେ ଚନ୍ଦ୍ରବାବୁ ନାଇଡୁ ହେଲିଟେଜ୍‌ ଫୁଡସ୍‌ କମ୍ପାନି ପ୍ରତିଷ୍ଠା କରିଥିଲେ । ଚନ୍ଦ୍ରବାବୁ ଡାଏରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବଡ଼ ନିବେଶ କରିଛନ୍ତି । ହେରିଟେଜ୍‌ କମ୍ପାନିର ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଓଡ଼ିଶା, ଦିଲ୍ଲୀ ଏନସିଆର, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ  ଉପସ୍ଥିତି ଜାହିର କରିଛି ।

କମ୍ପାନିର ବଡ଼ ଶେୟାର ହୋଲ୍ଡର ନାରା ଭୁବନେଶ୍ବରୀଙ୍କ ପାଖରେ ୧,୦୦,୩୭,୪୫୩ ଶେୟାର ରହିଛି । ସେହିଭଳି ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଖରେ କମ୍ପାନିର ୧,୦୦,୩୭,୪୫୩ ଶେୟାର ରହିଛି । କମ୍ପାନି ଶେୟାରରେ ଜବରଦସ୍ତ ବୃଦ୍ଧି ହେବା ଫଳରେ ନାରା ଲୋକେଶଙ୍କ ସଂପତ୍ତି ୨୩୭.୮ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ମାତ୍ରେ ହେରିଟେଜ୍ ଫୁଡସ୍‌ର ଶେୟାର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି । ୨୦୨୪ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୧୭ରୁ ୧୬ ଆସନରେ ଟିଡିପି ବିଜୟୀ ହୋଇଛି । 

  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.