ଭୁବନେଶ୍ଵର, ୦୮/୦୯ : ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଡାଉନ ଅଧିକ୍ଷକ। ଦେବୀପ୍ରସାଦ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ। ନିମାପଡ଼ାରେ ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି। ଧରାପଡିବା ପରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି।
ଚଢାଉ ବେଳେ ତାଙ୍କ ନିକଟରୁ ଆଉ ୫୯ ହଜାର ୬୧୦ ଟଙ୍କା ଏବଂ ଭୁବନେଶ୍ବର ୟୁନିଟ-୮ସ୍ଥିତ ସରକାରୀ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।