ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

କଳାଧନର ସାମ୍ରାଜ୍ୟ ବିସ୍ତାର କରି ଫସିଗଲେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଧିକାରୀ; ୭ଟି ଠିକଣାରେ ଭିଜିଲାନ୍ସ ରେଡ୍

Published By : Harapriya Sethi | August 6, 2025 10:54 AM

ଭୁବନେଶ୍ୱର, ୦୬/୦୮: ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟାରୀ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ କରିଛି ଦୁର୍ନୀତି ନିବାରଣ ଟିମ୍ । ଭୁବନେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରର ମୋଟ୍ ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ଏହି ରେଡ୍‌ରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ରହିଛନ୍ତି । 

ନୟାପଲ୍ଲୀ ବେହେରା ସାହି ସ୍ଥିତ ମେଟ୍ରୋ ସିଟିରେ ୨ଟି ଫ୍ଲାଟ୍‌, ଏସପ୍ଲାନେଡ୍ ୱାନ୍ ମଲ୍‌ରେ OU-୬୩୪, ଭୁବନେଶ୍ୱର ବଳଭଦ୍ରପୁର ସ୍ଥିତ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଏକ ଫ୍ଲାଟ୍, ସମ୍ୱଲପୁର ବରେଇପାଲି ସ୍ଥିତ ତାଙ୍କ ଭଡ଼ା ଘର, ବ୍ରହ୍ମପୁର ସ୍ଥିତ ପୈତୃକ ଘର ଏବଂ ସମ୍ୱଲପୁର ସ୍ଥିତ ତାଙ୍କ ଅଫିସ ଚାମ୍ୱରରେ ଏକକାଳୀନ ରେଡ୍ ଜାରି ରହିଛି । ଭିଜିଲାନ୍ସ ଟିମ୍ ଖୋଜୁଛି ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.