ପ୍ରମୂଖ ଖବର
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବୁଡ଼ାବାହାଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗର ଦସ୍ତଖତ ଯାଞ୍ଚ

Published By : Prameya | June 4, 2025 2:05 PM

ସଇଁତଳା,୦୪/୦୬: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ବୁଢାବାହାଲ  ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଅଭିଯୋଗର ଦସ୍ତଖତ ଯାଞ୍ଚ । ପଞ୍ଚାୟତରେ ସରପଞ୍ଚ ଲତା କୁମ୍ଭାର ନିଜର ମନମାନି, ଉନ୍ନୟନ କାମରେ ବାଧା ସୃଷ୍ଟି, ବିଭିନ୍ନ ସଭା ସମିତିରେ ୱାର୍ଡ଼ସଭ୍ୟମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପଞ୍ଚାୟତର ୯ ଜଣ ୱାର୍ଡ଼ସଭ୍ୟ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଗତ ୨୮ ତାରିଖରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ  ଆଜି ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା  ବୁଢାବାହାଲ ପଞ୍ଚାୟତକୁ ଯାଇ ୱାର୍ଡସଭ୍ୟମାନଙ୍କ  ଅଭିଯୋଗର ଦସ୍ତଖତ ଯାଞ୍ଚ କରିବାକୁ ଯାଇଥିଲେ। ୱାର୍ଡ଼ସଭ୍ୟମାନେ ପଞ୍ଚାୟତ ଅଫିସରେ ନକରି ବ୍ଲକ ଅଫିସରେ ଯାଞ୍ଚ କରିବାକୁ  ଅଡିବସିଥିଲେ । ଏହାପରେ ସମସ୍ତ ୱାର୍ଡ ସଭ୍ୟମାନେ ବ୍ଲକ କାର୍ଯ୍ୟାଳୟ ଠରେ ଏକତ୍ରିତ ହୋଇ ଥିବା ବେଳେ ବିଡ଼ିଓଙ୍କ ଉପସ୍ଥିତରେ ୱାର୍ଡ ସଭ୍ୟମାନଙ୍କ ଦସ୍ତଖତ ଯାଞ୍ଚ କରାଯାଇଥିଲା । ଅଭିଯୋଗ ଅନୁସାରେ,ପଞ୍ଚାୟତର ରାସ୍ତାଘାଟ, ବିଦ୍ୟୁତ୍ ସମସ୍ୟା, ଷ୍ଟ୍ରିଟ୍‌ଲାଇଟ, ଡ୍ରେନ ନିର୍ମାଣ, ପାନୀୟଜଳ ଯୋଗାଣ ଉପରେ ୱାର୍ଡ଼ସଭ୍ୟମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସରପଞ୍ଚ ଉପରୋକ୍ତ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେଉନାହାଁନ୍ତି। ସେହିପରି ବିଭିନ୍ନ ସଭା ସମିତିରେ ୱାର୍ଡ଼ସଭ୍ୟଙ୍କୁ ଅଣଦେଖା କରିବା ସ‌ହ ବିଭିନ୍ନ କାର୍ଯ୍ୟରେ ତାଙ୍କ ସ୍ଵାମୀ ହସ୍ତକ୍ଷେପ କରୁଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବି କରିଛନ୍ତି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ସମୀର କୁମାର ବିଲଙ୍ଗଙ୍କୁ ବୁଢାବାହାଲ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ ସେଲମାଙ୍କ ସହ ୱାର୍ଡ଼ସଭ୍ୟ ତୁଳସୀ ସାହୁ, ବିଶ୍ଵମ୍ବର ମହାଡ଼ିକ, ପ୍ରକାଶ ସାହୁ, ମୋହନୀ ସାହୁ, ବନୀତା ଗହୀର, ମୋହନ ସୁନା, ସମାରୀ ଗହୀର, କାହ୍ନୁ ଚରଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.