ଦେଓଗାଁ, ୫।୬: ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଗାଡ଼ି ଧକ୍କାରେ ଜଣେ ଶ୍ରମିକର ମୃତ୍ୟୁ ହୋଇଛି l ମୃତ ଶ୍ରମିକ ଜଣକ ସଇଁତଳା ଥାନା ଅନ୍ତର୍ଗତ ଜଳିଆଗ୍ରାମର ଭକ୍ତି ସାହୁ l ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ବଙ୍ଗଳା ଛକ ଠାରେ ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ଅଭିଯୁକ୍ତ ଗାଡି ଚାଳକ ଲୋକନାଥ ସାହୁକୁ ଉତ୍ତ୍ୟକ୍ତ ଲୋକେ ଘଟଣା ସ୍ଥଳରେ ଅଟକ ରଖିଛନ୍ତି l ଖବର ପାଇ ଦେଓଗାଁ ପୁଲିସ୍ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ଆଉଟ୍ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍...