ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୧୪ ବର୍ଷ ବିବାହ...୪ ମାସ ତଳେ ବାପା ହୋଇଥିଲେ, ହେଲିକପ୍ଟର କ୍ରାସ୍‌ରେ ଚାଲିଗଲା କ୍ୟାପ୍ଟେନ୍ ରାଜବୀରଙ୍କ ଜୀବନ

Published By : Ankita S | June 16, 2025 2:58 PM

ନୂଆଦିଲ୍ଲୀ,୧୬/୦୬: ବିମାନରେ ବସିବାକୁ ଟଙ୍କା ଦରକାର ହେଲେ ସୁରକ୍ଷିତ ଓହ୍ଲାଇବାକୁ ଭାଗ୍ୟ ବଳ ଦରକାର । ଭୟଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନାହିଁ । ରବିବାର କେଦାରନାଥରେ ଏକ ହେଲିକପ୍ଟର କ୍ରାସ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଇଲଟ କ୍ୟାପ୍ଟେନ୍‌ ରାଜବୀର ସିଂହଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ବିବାହର ୧୪ ବର୍ଷ ପରେ ପାଇଲଟ ରାଜବୀର ୪ ମାସ ତଳେ ଯାଆଁଳା ଶିଶୁପୁତ୍ରଙ୍କର ପିତା ହୋଇଥିଲେ । ଦୁଇ ପିଲାଙ୍କୁ କୋଳରେ ଧରି ଭଲରେ ଟିକେ ସ୍ନେହ କରିନଥିବେ ଦୁନିଆରୁ ବିଦାୟ ନେଇଛନ୍ତି ରାଜବୀର । କ୍ୟାପ୍ଟେନଙ୍କ ବିୟୋଗକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଞ୍ଜିନ ବିମାନର ହାର୍ଟ ହେଲେ ପାଇଲଟ ତାର ଆତ୍ମା- ରାଜସ୍ଥାନ ଜୟପୁର ଶାସ୍ତ୍ରୀ ନଗରର ୩୭ ବର୍ଷୀୟ ରାଜବୀର ସିଂହ ଚୌହାନ ୨୦୨୪ରୁ ଆର୍ୟନ ଏଭିଏସନ୍ କମ୍ପାନୀ ସହ ଯୋଡ଼ି ହୋଇଥିଲେ । ସେ ୧୫ ବର୍ଷ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି । ତାଙ୍କର ଯଥେଷ୍ଟ ଉଡାଣ ଅଭିଜ୍ଞତା ରହିଛି । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ରବିରାର କେଦାରନାଥ ଗୌରୀକୁଣ୍ଡ ଜଙ୍ଗଲରେ ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ କ୍ୟାପ୍ଟେନ୍ ରାଜବୀର ସିଂହଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିବାହକୁ ୧୪ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ଦୀପିକା ସେନାରେ ଲେପ୍ଟନାଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟରତ । ୪ ମାସ ତଳେ ଯାଆଁଳା ଶିଶୁପୁତ୍ରଙ୍କ ପିତା ହୋଇଥିଲେ ରାଜବୀର । ହେଲେ ସବୁ ଖୁସି ପାଣି ଫୋଟକା ପରି ମିଳେଇ ଗଲା ।

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଦୁଃଖ ମନରୁ ଲିଭି ନ ଥିବା ବେଳେ ରବିବାର ଆଉ ଏକ ଦୁର୍ଘଟଣା ଘଟିଥିଲା । ଉତ୍ତରାଖଣ୍ଡର କେଦାରନାଥ ନିକଟ ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ୍‌ରେ ପାଇଲଟ୍‌ଙ୍କ ସମେତ ସମସ୍ତ ୭ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.