ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ମୁମ୍ବାଇର ଦୁଇ ବଡ଼ ସ୍କୁଲକୁ ବମ୍‌ରେ ଉଡାଇବା ଧମକ, ଇ-ମେଲ ଆସିବା ପରେ ପୋଲିସର ଯାଞ୍ଚ ଆରମ୍ଭ

Published By : Harapriya Biswal | June 16, 2025 6:06 PM

ମୁମ୍ବାଇ,୧୬।୬: ମୁମ୍ବାଇର ଦୁଇ ନାମୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମାରେ ଉଡାଇବା ଧମକ। ଯାହାଫଳରେ  ସୃଷ୍ଟି ହୋଇଛି ଆତଙ୍କ। ସ୍କୁଲ ପ୍ରଶାସନକୁ ସୋମବାର ସକାଳେ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏହାପରେ ତା’ର ସୂଚନା ପୋଲିସକୁ ଦିଆଯାଇଥିଲା। ପୋଲିସ ଦୁଇ ସ୍କୁଲରେ ଯାଞ୍ଚ କରିବା ପରେ ମଧ୍ୟ କୌଣସି ସନ୍ଦିଗ୍ଧ କିମ୍ବା ବିସ୍ଫୋରକ ସାମଗ୍ରୀ ପାଇନଥିଲା। 

ମୁମ୍ବାଇର ଦେଭନାର ସ୍ଥିତ କନାକିୟା ଇଣ୍ଟରନ୍ୟାସନାଲ ସ୍କୁଲ ଓ କାନ୍ଦିଭାଲିର ସମତାନଗର ସ୍ଥିତ ରାୟନ ଇଣ୍ଟରନ୍ୟାସନାଲ ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ପୋଲିସ ମାମଲାର ଗମ୍ଭୀରତାକୁ ଦେଖି ଦେଭନାର ଓ ସମତାନଗର ପୋଲିସ ଷ୍ଟେସନ୍‌ରେ ଅଜଣାବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏବେ ଇ-ମେଲ୍ ପଠାଇଥିବା ବ୍ୟକ୍ତିର ସନ୍ଧାନରେ ରହିଛି। ଅଭିଯୁକ୍ତର ଚିହ୍ନଟ ପାଇଁ ଟେକ୍ନୋଲୋଜି ଓ ସାଇବର ଯାଞ୍ଚ କରାଯାଉଛି। ମୁମ୍ବାଇ ପୋଲିସ ଗୁଜବ ଉପରେ ବିଶ୍ବାସ ନକରିବାକୁ ଅପିଲ କରିଛି। ଯଦି କିଛି ସନ୍ଦିଗ୍ଧ ଗତିବିଧି ଦେଖାଯାଏ ତେବେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି। 

ସ୍କୁଲ ପ୍ରଶାସନ ଶିକ୍ଷକ ଓ ଛାତ୍ରଙ୍କୁ ସତର୍କ ରହିବାକୁ କହିଛି। ପୋଲିସ ସହ ମିଶି ସ୍କୁଲ କ୍ୟାମ୍ପସର ସୁରକ୍ଷା ବଢାଇ ଦିଆଯାଇଛି। ଫଳରେ ଯେପରି କୌଣସି ଅଘଟଣକୁ ଏଡାଇ ଦିଆଯାଇ ପାରିବ। ଏଭଳି ଧମକପୂର୍ଣ୍ଣ ଇ-ମେଲ ପରେ ଅବିଭାବକ ମଧ୍ୟ ଚିନ୍ତିତ ଅଛନ୍ତି। ନିକଟରେ ମୁମ୍ବାଇ ସ୍ଥିତ ଆମେରିକୀୟ ବାଣିଜ୍ୟ ଦୂତାବାସକୁ ଧମକ ମିଳିବା ପରେ ଏବେ ସ୍କୁଲକୁ ନୂଆ ଧମକ ଚିନ୍ତା ବଢାଇ ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.