ପ୍ରମୂଖ ଖବର
  • ବ୍ରହ୍ମପୁର : ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ
  • ||
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଏଫପିଓ, ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସମୁଦାୟ ଯୋଡ଼ି ହୁଅନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Ku Rath | May 24, 2025 7:33 PM

ସମ୍ବଲପୁର, ୨୪।୫  – ଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମୁଦାୟ ବୃଦ୍ଧି ପାଇଲେ ବ୍ୟବସାୟ ବୃଦ୍ଧି ପାଇବ । ଏହି କମ୍ୟୁନିଟିର ବନ୍ଧୁମାନେ କୃଷି ଉତ୍ପାଦ ସଂଗଠନ ତଥା ଏଫପିଓ, ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଯୋଡିହେବା ଦରକାର । ଏହିଭଳି ବ୍ୟବସାୟକୁ ସହଯୋଗ କରିବା ଦରକାର । ସେମାନଙ୍କ ଆର୍ଥିକ ବ୍ୟବସ୍ଥା ବଢିଲେ ହିଁ ଆମର ବ୍ୟବସାୟରେ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଆଇଆଇଏମ ସମ୍ବଲପୁରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ 'ସକ୍ଷମ-୨୦୨୫'ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସିଏ ସମୁଦାୟକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ନିଆରା କର୍ମଶାଳାରେ ସାରା ଦେଶରୁ ଯୋଗଦେଇଥିବା  ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଶ୍ରୀ ପ୍ରଧାନ । "ସକ୍ଷମ୍ - ବୃତ୍ତିଗତଙ୍କୁ ସଶକ୍ତ କରିବା, ପ୍ରଗତିକୁ ସକ୍ଷମ କରିବା"କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କର ଯୋଗଦାନ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିଛି । ଆଗାମୀ ଦିନମାନଙ୍କରେ ଏହି କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ ହେବ । 

ବିଶ୍ୱରେ ଭାରତର ପରିଚୟ ବଢିବ । ଭାରତର ଏହି ଯାତ୍ରାରେ ଆମର ସିଏ ସମ୍ପ୍ରଦାୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।   ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯେ ଦେଶର ଓ୍ୱେଲଥ୍ କ୍ରିଏଟରଙ୍କୁ ସଠିକ୍ ସମ୍ମାନ ଦେଇଛନ୍ତି, ଯେଉଁଥିରେ ଆମର ଚାଟାର୍ଡ୍ ଆକାଉଣ୍ଟାଣ୍ଟ୍ ଏକ କାଟାଲିଷ୍ଟ୍ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି, ଆମେ ୨୦୩୬ ସୁଦ୍ଧା ଓଡିଶାରେ ୧୦୦ କ୍ୟୁବର ଲକ୍ଷ୍ୟ ରଖିଛୁ, ଯେଉଁଥିରେ ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା କରିଛୁ । ଏଥିପାଇଁ ଆମକୁ ଏକ ସକ୍ଷମ ଇକୋସିଷ୍ଟମ ଏବଂ ଉଦ୍ୟମିତା ବାତାବରଣ ବଢାଇବାକୁ ହେବ । ଆଇଡ଼ିଆରୁ ଇନୋଭେସନ, ଇନୋଭେସନରୁ ଟେକ୍ନୋଲୋଜି ଏବଂ ପୁଣି ଟେକ୍ନୋଲୋଜିୀରୁ ସ୍କେଲ ଅପ୍ କରିବା ଆମର ପ୍ରାଥମିକତା ହେବା ଦରକାର ।   

 ଆଜି ସମଗ୍ର ଦେଶରେ ଆମର ଯୁବଶକ୍ତି ୨.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପରୁ ପ୍ରାୟ ୪୦ ଲକ୍ଷ କୋଟି ମୂଲ୍ୟର ତଥା ୭ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି । ଆମର ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ନୂଆ ସୁଯୋଗ ଏବଂ ସାମାନ ମଞ୍ଚ ପ୍ରସ୍ତୁତ କରିବାକୁ ହେବ । ପୁରାତନ ବ୍ୟବସାୟକୁ ସମର୍ଥନ ଦେବା ସହିତ ନୂଆ ନୂଆ ବ୍ୟବସାୟକୁ ମଧ୍ୟ ଆଗକୁ ନେବାକୁ ହେବ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଅପାର ସମ୍ଭାବନା ରହିଥିବା ବେଳେ ତାହାର କେନ୍ଦ୍ରବିନ୍ଦୁରେ ସମ୍ବଲପୁର ରହିଛି । ସମ୍ବଲପୁରକୁ ଏକ ଷ୍ଟାର୍ଟଅପର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ଅଛି । ଏଠାରେ ଟେକ୍ସଟାଇଲ, ଗାରମେଣ୍ଟ, କୃଷି-ଉତ୍ପାଦ ଓ ଡିଜିଟାଲ ପ୍ରକଳ୍ପ ଭଳି ଅନେକ କ୍ଷେଚ୍କକେ ସୁଯୋଗ ରହିଛି । ଆମର ସିଏ କମ୍ୟୁନିଟି ଏହି ସୁଯୋଗଗୁଡିକୁ ଚିହ୍ନଟ କରିପାରିଲେ ହିଁ ଆମର ଯୁବବର୍ଗ ଏବଂ ନିବେଶକମାନେ ଉପଯୁକ୍ତ ହୋଇପାରିବେ । ଏହି କର୍ମଶାଳା ଆଇସିଏଆଇକୁ ସ୍ଥାନୀୟ ପ୍ରତିଭାଶାଳୀ ଯୁବବର୍ଗ ଏବଂ ପ୍ରତିଭାଙ୍କୁ ଖୋଜିବାରେ ସହାୟକ ହେବ ।

ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରରକୁ ଆସନ୍ତା ୫ ବର୍ଷରେ ଏକ ସବୁଜ ବନାଞ୍ଚଳ ଭାବରେ ବିକଶିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।  ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବର୍ତ୍ତମାନ ସମୟରୁ ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ଉପରେ ସଠିକ୍ ପଦକ୍ଷେପ ନେବାକୁ ହେବ । ଆମେ ସମ୍ବଲପୁରକୁ ଏକ ସ୍ଥାୟୀ, ସବୁଜ ଓ ସ୍ୱଚ୍ଛ ସହର ବନାଇବା ଦରକାର ଏବଂ ଏହାର ଆରମ୍ଭ ଛୋଟ-ଛୋଟ ପଦକ୍ଷେପ ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.