ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶ୍ରୀହରିକୋଟାରେ ନିର୍ମାଣ ହେବ ତୃତୀୟ ଲଞ୍ଚ ପ୍ୟାଡ୍‌, ଖର୍ଚ୍ଚ ହେବ ୩୯୮୪ କୋଟି ଟଙ୍କା

Published By : Tapas Panda | January 16, 2025 6:41 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ମହକାଶ ଗବେଷଣା କ୍ଷେତ୍ର ପାଇଁ ବଡ଼ ଘୋଷଣା କରାଯାଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧାଓ୍ବନ ମହକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ୍‌ (ଟିଏଲପି) ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଇଛି । ଏହା ଦ୍ବାରା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ନେକ୍ସଟ ଜେନେରେସନ୍‌ ଲଞ୍ଚ ଭେଇକିଲ (ଏନଜିଏଭି) ଉତକ୍ଷେପଣ ଦିଗରେ ସାହାଯ୍ୟ ମିଳିବ ଏବଂ ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ ପାଇଁ ଏହା ଏକ ବ୍ୟାକଅପ୍‌ ଭାବରେ କାର୍ଯ୍ୟ କରିବ । ଭବିଷ୍ୟତରେ ମହକାଶକୁ ମଣିଷ ଯିବା ମିଶନ ଲାଗି ଟିଏଲପି ସହାୟକ ହେବ ବୋଲି କୁହାଯାଉଛି ।  

 ମିଳିଥିବା ସୂଚନା ଅନୁସାରେ, ନୂଆ ଲଞ୍ଚ ପ୍ୟାଡ୍‌ ୪୮ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ୨୫-୩୦ ବର୍ଷ ପର୍ଯ୍ୟନ୍ତ ଏହି ଟିଏଲପି ମାଧ୍ୟମରେ ବିଭିନ୍ନ ମହାକାଶ ମିଶନ୍‌ ଲଞ୍ଚ ହେବ । ତୃତୀୟ ଲଞ୍ଚ ପ୍ୟାଡ୍‌ ନିର୍ମାଣ ଲାଗି ୩,୯୮୪.୮୬ କୋଟି ଟଙ୍କା ମଞ୍ଜୁର କରିଛି କେନ୍ଦ୍ର କ୍ୟାବିନେଟ୍‌ । ମାନବ ଅନ୍ତରୀକ୍ଷ ଉଡ଼ାଣ ଏବଂ ଅନ୍ତରୀକ୍ଷ ଗବେଷଣା ଲକ୍ଷ୍ୟ ପୂରଣ କରିବା ଦିଗରେ ଏହା ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । 




 ଏବେ ଶ୍ରୀହରିକୋଟାରେ ଦୁଇଟି ଲଞ୍ଚ ପ୍ୟାଡ୍‌ ରହିଛି ।  ପ୍ରଥମ ଲଞ୍ଚ ପ୍ୟାଡ୍‌ ୩୦ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଏହା ଦ୍ବାରା ପିଏସଏଭି ଏବଂ ଏସ୍‌ଏସଏଲଭି ମିଶନ୍‌ ଲଞ୍ଚ ହୋଇପାରୁଛି । ସେହିଭଳି ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ ଜିଏସ୍‌ଏଲଭି ଏବଂ ଏଲଭିଏମ୩ ମିଶନ ପାଇଁ ଡିଜାଇନ୍‌ କରାଯାଇଛି । ଏହି ଲଞ୍ଚ ପ୍ୟାଡ୍‌ ବାଣିଜ୍ୟିକ ଏବଂ ଅନ୍ୟ ମିଶନ ଲାଗି ମଧ୍ୟ ବ୍ୟବହାର ହେଉଛି ।  ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ହୋଇଥିଲା । ତେବେ ଭବିଷ୍ୟତରେ ଆହୁରି ଅଧିକ ଓଜନର ପେଲୋଡ୍‌ ମହାକାଶକୁ ନେବା ଲାଗି ତୃତୀୟ ଲଞ୍ଚ ପ୍ୟାଡ୍‌ ସହାୟକ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.