ନୂଆଦିଲ୍ଲୀ,୨୧/୦୭: ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଶିଶୁଙ୍କ ଆଧାର କାର୍ଡ଼ ଅପ୍ଡେଟ୍ କରାଇବା ଲାଗି ସ୍କୁଲ ସ୍ତରରେ ଏକ ଅଭିଯାନ ଆରମ୍ଭ କରିବାକୁ ଯୋଜନା ରଖିଛି । ସାରା ଦେଶରେ ୫ ବର୍ଷରୁ ଉଦ୍ଧ୍ୱର୍ ୭ କୋଟି ଶିଶୁଙ୍କ ଆଧାର ବାୟୋମେଟ୍ରିକ ଡାଟା ଅପ୍ଡେଟ କରାଯିବ । ଏଥିରେ ଶିଶୁଙ୍କ ଆଙ୍ଗୁଠି ଛାପ, ଆଖିର ସ୍କାନିଂ ଏବଂ ଫଟୋ ସାମିଲ ରହିଛି । ସ୍କୁଲରେ ମାତା ପିତାଙ୍କ ସହମତିରେ ଏହି କାମ ହେବ । ୨ ମାସରେ ଏହି ଅଭିଯାନ ଆରମ୍ଭ ହେବାର ଢ଼େର ସମ୍ଭାବନା ରହିଛି ।
ଏବେ ୫ ବର୍ଷରୁ କମ୍ ଶିଶୁଙ୍କ ଆଧାର ବିନା ବାୟୋମେଟ୍ରିକରେ ପ୍ରସ୍ତୁତ ହେଉଛି । ୫ ବର୍ଷ ପରେ ଆଙ୍ଗୁଠିର ଛାପ, ଆଖିର ସ୍କାନିଂ ଏବଂ ଫଟୋ ଅପ୍ଡେଟ୍ କରାଇବା ଜରୁରୀ । ଏହା ନକଲେ ଆଧାର ନିଷ୍କ୍ରିୟ ହୋଇପାରେ । ସ୍କୁଲରେ ନାମଲେଖା, ସ୍କଲାରଶିପ କିମ୍ବା ସରକାରୀ ଯୋଜନାର ଲାଭ ନେବାରେ ସମସ୍ୟା ହେବ । ୟୁଆଇଡିଏଆଇ ପ୍ରତି ଜିଲାକୁ ବାୟୋମେଟ୍ରିକ ମେଶନ ପଠାଇବ ।
ଏହା ଦ୍ୱାରା ସ୍କୁଲ ଗୁଡ଼ିକରେ ଶିଶୁଙ୍କ ଡାଟା ଅପ୍ଡେଟ କରାଯିବ । ୨ ମାସରେ ଅଭିଯାନ ଆରମ୍ଭ ହୋଇ ଏହାକୁ ବ୍ୟାପକ କରାଯିବ । ୫ରୁ ୭ ବର୍ଷ ଶିଶୁଙ୍କ ଲାଗି ଡାଟା ଅପଡେଟ କରାଇବା ମାଗଣା ରହିବ । ୭ ବର୍ଷରୁ ଉଦ୍ଧ୍ୱର୍ ବୟସର ଶିଶୁଙ୍କୁ ୧୦୦ ଟଙ୍କା ଚାର୍ଜ ଲାଗିବ । ୧୫ ବର୍ଷରେ ଆଉ ଥରେ ଆଧାରକୁ ଅପ୍ଡେଟ କରାଇବାକୁ ପଡ଼ିଥାଏ