ନୂଆଦିଲ୍ଲୀ, ୨୨।୨: ବର୍ତ୍ତମାନ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ପୂର୍ବରୁ ଟ୍ବିଟର ବ୍ଲୁ ବାର୍ଡ ଭାବେ ପରିଚିତ ଥିଲା । ଏଲନ ମସ୍କଙ୍କ ହାତକୁ ଟ୍ବିଟରର ମାଲିକାନା ଆସିବା ପରେ ଏଥିରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ ହେଉଛି । ପ୍ରଥମେ ଏହାର ନାମ ଏକ୍ସକୁ ପରିବର୍ତ୍ତନ କରାଯାଇଥିଲା । ସେହିପରି ବ୍ଲୁ ବାର୍ଡ ଚିହ୍ନ ଏକ୍ସ ଚିହ୍ନରେ ରୂପାନ୍ତରିତ ହୋଇଥିଲା । ତେବେ ବର୍ତ୍ତମାନ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ମୁଖ୍ୟାଳୟରେ ନୀଳ ପକ୍ଷୀ ସହିତ ପ୍ରତିଷ୍ଠିତ ଲୋଗୋ ଏବେ ନିଲାମ ପାଇଁ ଘୋଷଣା ହୋଇଛି । ନୀଳ ପକ୍ଷୀଟି ୩୪ ହଜାର ୩୭୫ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ନିଲାମ କମ୍ପାନୀର ପିଆର ଏନେଇ ସୂଚନା ଦେଇଛନ୍ତି । ପ୍ରାୟ ୨୫୪ କିଲୋଗ୍ରାମ ଓଜନ ଏବଂ ୧୨ ଫୁଟ୍ ଲମ୍ବା ଏବଂ ୯ ଫୁଟ୍ ଚଉଡ଼ା ଏହି ନୀଳ ପକ୍ଷୀ ଲୋଗୋର କ୍ରେତାଙ୍କ ପରିଚୟ ସାର୍ବଜନୀନ କରାଯାଇନାହିଁ ।
ଆପଲ-୧ କମ୍ପ୍ୟୁଟର ପ୍ରାୟ ୩ କୋଟି ୨୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏବଂ ଷ୍ଟିଲ ଜବ୍ସଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଆପଲ ଚେକ୍ ପ୍ରାୟ ୯୬ ଲକ୍ଷ ୩୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ପ୍ରଥମ ପିଢ଼ିର ୪ ଜିବି ଆଇଫୋନ, ଯାହା ଏକ ସିଲ୍ ପ୍ୟାକ ଥିଲା, ୮୭ ହଜାର ୫୧୪ ଡଲାରରେ ବିକ୍ରି ହୋଇଥିଲା । ବ୍ଲୁ ବାର୍ଡଟିର ଏହି ଲୋଗୋ ବର୍ତ୍ତମାନ ମାଇକ୍ରୋ-ବ୍ଲଗିଂ ୱେବସାଇଟ ଏକ୍ସର ଅଂଶ ନୁହେଁ, ତଥାପି ସୋସିଆଲ ମିଡିଆରେ ଏହାର ପରିଚୟ ଆପଲ୍ କିମ୍ବା ନାଇକ୍ ପରି ରହିଛି । କହିରଖୁ କି, ୨୦୨୨ରେ, ଏଲନ ମସ୍କ ପ୍ରାୟ ୩ ହଜାର ୩୬୮ ବିଲିୟନ ଟଙ୍କାରେ ମାଇକ୍ରୋ-ବ୍ଲଗିଂ ୱେବସାଇଟ ଟ୍ବିଟର କିଣିଥିବା ଘୋଷଣା କରିଥିଲେ ।