କେସିଙ୍ଗା ଏନ୍ଏସି, ୧୬/୦୬ (ଆପ୍ର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା କେସିଙ୍ଗା ଏନ୍ଏସିର ସହର ମଧ୍ୟର ଗୌରୀ ଶଙ୍କର ମନ୍ଦିର ଡେଲି ମାର୍କେଟ ଠାରେ ଜାତୀୟ ରାଜପଥ ୨୬ରେ କିଛିଦିନ ପୂର୍ବରୁ ଏକ ଗାତ ହେଇଯାଇଥିଲା । ସୂଚନା ମୁତାବକ ସେହି ରାସ୍ତାର ଗାତ ହୋଇଥିବା ତଳେ ସହରର ଜଳ ଯୋଗାଣ ପାଇପ୍ ଯାଇଛି । ଫଳରେ ପ୍ରଶାସନ ପକ୍ଷରୁ ସେହି ଗାତ କୁ ଖନନ କରି କିଛି ତ୍ରୁଟି ଥିବା କାର୍ଯ୍ୟ କୁ ଠିକ୍ କରିବା ପରେ ଗାତ କୁ ପୋତି ଦେଇଥିଲେ।
ତେବେ ସୋମବାର ରାତ୍ର ୯ ଟାରେ ଏକ ମାଲ ବୋଝେଇ ଟ୍ରକ ଗାଡ଼ି ବଲାଙ୍ଗୀରରୁ ଭବାନୀପାଟଣା ଅଭିମୁଖେ ଯାଉଥିବାବେଳେ ସେହି ଗାତରେ ଧସି ଫସିଯାଇଥିଲା ଟ୍ରକ୍ । ଗାଡିଟି ରାସ୍ତା ମଝିରେ ଫସି ରହିଥିବାରୁ ଘଣ୍ଟା ଘଣ୍ଟା ସମୟ ଧରି ଏନ୍ଏଚ୍ ୨୬ ବନ୍ଦ ହୋଇଯାଇଥିଲା। ପରେ କେସିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉକ୍ତ ଗାଡିଟିକୁ ଗାତ ଭିତରୁ କାଢ଼ିଥିଲେ ।
ପ୍ରଶାସନ ପକ୍ଷରୁ ମରାମତି ହୋଇଥିବା ପାଇପଲାଇନରେ କେମିତି ଭାବରେ ମାଟି ପୋତା ଯାଇଥିଲା ଯେ ଏମିତି ଏକ ବଡ଼ ଦୁର୍ଘଟଣା ହେବାରୁ ଉକ୍ତ ଟ୍ରକ୍ ଟି ଫସିଗଲା ବୋଲି ଲୋକେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳିଥିଲା ।