ହରଭଙ୍ଗା,୨/୮ : ଲଗାଣ ବର୍ଷାରେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ, ଚାରିଛକ -ଟିକରପଡା ପୂର୍ତ୍ତ ରାସ୍ତା କୁଟୀଝାର ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବିରାଟ ଶିଶୁପା ଗଛ ପଡି ରାସ୍ତା ଅବରୋଧ କରିଥିଲା l ଫଳରେ ଉଭୟ ପାର୍ଶ୍ୱରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ପରେ ଖବରପାଇ ଚାରିଛକ ଅଗ୍ନିଶମବାହିନୀ ପହଂଚି ରାସ୍ତାରୁ ଗଛକୁ ହଟାଇବା ପରେ ଯାତାୟତ ସ୍ବଭାବିକ ହୋଇଥିଲା l
ଜାପାନ ନିର୍ବାଚନରେ ବହୁମତ ହରାଇଲା କ୍ଷମତାସୀନ ଏଲ୍ଡି...