ବେଙ୍ଗାଲୁରୁ,୦୭/୦୬: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ଆଉ ଦୁଇଜଣ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏସନର ସମ୍ପାଦକ ଓ କୋଷୋଧ୍ୟକ୍ଷ ନିଜ ପଦ ଛାଡିଛନ୍ତି । ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆଇପିଏଲ ଟ୍ରଫି ଜିତିବା ପରେ ଗତ ଜୁନ୍ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିଥିଲା । ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ସ୍ଥିତି ଉପୁଜି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।
ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହେବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏସନ୍ ଅର୍ଥାତ କେଏସସିଏ ଉପରେ ଆଞ୍ଚ ଆସିଛି । କେଏସସିଏର ସମ୍ପାଦକ ଏ .ଶଙ୍କର ଓ କୋଷାଧ୍ୟକ୍ଷ ଇଏସ.ଜୟରାମ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ କ୍ରିକେଟ ଆସୋସିଏସର ଏହି ଦୁଇ ଅଧିକାରୀ ଦଳାଚକଟା ଘଟଣାରେ ନୈତିକତା ଦାୟିତ୍ୱ ନେଇ ନିଜ ନିଜ ପଦରୁ ଇସ୍ତଫା ଦେବା କଥା କହିଛନ୍ତି । ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଆମର ସୀମିତ ଭୂମିକା ଥିଲା ମାତ୍ର ନୈତିକ ଦାୟିତ୍ୱ ପାଇଁ ଆମ ପଦ ଛାଡିଛୁ ବୋଲି କହିଥିଲେ ଦୁଇ ଅଧିକାରୀ । KSCA ଅଧ୍ୟକ୍ଷ ରଘୁରାମ ଭଟ୍ଟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।
ଅଧିକ ପଢନ୍ତୁ...ବେଙ୍ଗାଲୁରୁ ଦଳାଚକଟା ମାମଲା, ବଢ଼ିପାରେ ବିରାଟ କୋହଲିଙ୍କ ଅଡ଼ୁଆ
RCB ମାର୍କେଟିଂ ହେଡ୍ ଗିରଫ- ଆର୍ସିବି ବିରୋଧରେ ମାମଲା ରୁଜୁ ହେବା ପରେ ଦଳର ମାର୍କେଟିଂ ହେଡ୍ ନିଖିଲ ସୋସଲେଙ୍କୁ ଗିରଫ କରିଥିଲା ବେଙ୍ଗାଲୁଲୁ ପୁଲିସ । ସେ ମୁମ୍ବାଇ ପଳାଉଥିବା ସମୟରେ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଡିଏନଏ ମ୍ୟାନେଜମେଣ୍ଟର ୩ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରା ଯାଇଥିଲା ।
କୋହଲିଙ୍କ ନାମରେ ମାମଲା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁଲୁ (ଆର୍ସିବି) ଏବଂ ଭାରତୀୟ ଦଳର ଷ୍ଟାର ବ୍ୟାଟର ବିଟାର କୋହଲିଙ୍କ ନାମରେ ମାମଲା ରୁଜୁ ହୋଇଛି । ସାମାଜିକ କର୍ମୀ ଏଚ୍. ଏମ୍ ଭେଙ୍କଟେଶ କୋହଲିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବେଙ୍ଗାଲୁରୁ ଦଳଚକଟା ଟ୍ରାଜେଡି ପାଇଁ କୋହଲି ଦାୟୀ ବୋଲି କହିଛନ୍ତି । ଆଗକୁ ହୁଏତ ଏହି ଘଟଣାରେ କୋହଲିଙ୍କ ଅଡୁଆ ବଢିପାରେ ।
ଚଳିତ ଆଇପିଏଲ ସିଜିନ୍ ୧୮ ଫାଇନାଲ ମୁକାବିଲାରେ ପଞ୍ଜାବ କିଙ୍ଗସ୍କୁ ପରାସ୍ତ କରି ୧୮ ବର୍ଷ ପରେ ଚମ୍ପିଆନ ହୋଇଥିଲା ଆର୍ସିବି । ଏହି ଫ୍ରାଞ୍ଚାଇଜ ପାଇଁ ଏହା ପ୍ରଥମ ଟାଇଟଲ ଥିଲା । ବେଙ୍ଗାଲୁରୁରେ ଏହି ବିଜୟ ଉତ୍ସବ ପାଇନ ନେଇ ନିଷ୍ପତ୍ତି ହୋଇଥିଲା । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ପାଳିଥିଲା ଟିମ୍ । ଏହି ସମୟରେ ଷ୍ଟାଡିୟମ ବାହାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଆର୍ସିବି ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ପ୍ରବଳ ଭିଡ ପାଇଁ ଦଳାଚକଟା ସ୍ଥିତି ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୦ ହାଜର ଲୋକ ଆହତ ହୋଇଥିଲେ । ଘଟଣାକୁ ବିଭିନ୍ନ ମହଲକୁ ନିନ୍ଦା କରାଯାଇଥିଲା । ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା ।