ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ

ଇଟାନଗର,୧୩/୦୬: ପେମା ଖାଣ୍ଡୁ ପୁଣି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଇଟାନଗରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳର ବୈଠକରେ ବୁଧବାର ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି ସେ । ବୈଠକରେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଓ ତରୁଣ ଚୁଗ୍‌ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟପାଳ କେଟି  ପରନାଏକଙ୍କୁ ଭେଟି ଖାଣ୍ଡୁ ସରକାର  ଗଠନ ଲାଗି ଦାବି କରିଥିଲେ । ରାଜ୍ୟପାଳ  ତାଙ୍କୁ ସରକାର ଗଠନ ଲାଗି ନିମନ୍ତ୍ରଣ  କରିଛନ୍ତି । 

ଗୁରୁବାର ସେ ନିଜର କ୍ୟାବିନେଟ୍‌ ସହଯୋଗୀଙ୍କ ସହିତ ଶପଥଗ୍ରହଣ କରିବେ । ରାଜଭବନର ଦରବାର ହଲ୍‌ରେ  ପୂର୍ବାହ୍ନ ୧୧ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହି ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ  ଅମିତ ଶାହ, ଦଳର ରାଷ୍ଟ୍ରୀୟ ମହାସଚିବ ବିଏଲ୍‌ ସନ୍ତୋଷ ପ୍ରମୁଖ ସାମିଲ ରହିବେ । ନିକଟରେ ବିଧାନସଭା ନିର୍ବାଚନରେ ବିଜେପି ଖାଣ୍ଡୁଙ୍କ ନେତୃତ୍ୱରେ ଅରୁଣାଚଳପ୍ରଦେଶର  ମୋଟ ୬୦ଟି ଆସନ ମଧ୍ୟରୁ ୪୬ଟି  ଆସନ ଜିତିଥିଲା । ମୁକ୍ତୋ ଆସନରୁ ପେମା ଖାଣ୍ଡୁ ନିଦ୍ୱର୍ନ୍ଦ୍ୱ ବିଧାୟକ ଭାବେ ନିର୍ବାଚିତ  ହୋଇଥିଲେ । ବାକି ୧୪ଟି ଆସନ ମଧ୍ୟରୁ  ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି) ୫ଟି  ଆସନ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି  (ଏନ୍‌ସିପି) ୩ଟି ଆସନ, ପିପୁଲ୍ସ ପାର୍ଟି ଅଫ୍‌  ଅରୁଣାଚଳ(ପିପିଏ) ୨ଟି ଆସନ, କଂଗ୍ରେସ  ଗୋଟିଏ ଆସନ ପାଇଥିଲା । ସ୍ୱାଧୀନ  ବିଧାୟକ ୩ଟି ଆସନ ପାଇଥିଲେ । ଯଦିଓ  ଏନ୍‌ପିପି ପରବର୍ତ୍ତୀ ସମୟରେ ବିଜେପି  ସରକାରଙ୍କୁ ସମର୍ଥନ ଜଣାଇଛି ତେବେ ନୂଆ  କ୍ୟାବିନେଟ୍‌ରେ ଦଳକୁ ପ୍ରତିନିଧିତ୍ୱ ମିଳିବାର  ସମ୍ଭାବନା କମ୍‌ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.