ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ କଟିଙ୍ଗପାଣି ଗୋଧସପଡାର ହୁମନ ଧରୁଆଙ୍କ ୫ ବର୍ଷର ଶିଶୁପୁତ୍ର ଡୋମୁଙ୍କୁ ଘର ଅଗଣାରେ ଖେଳୁଥିଲା। ଏହି ସମୟରେ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ଆସି ଶିଶୁକୁ ଝାମ୍ପି ନେଇଥିଲା। ଜଙ୍ଗଲ ଭିତରକୁ ନେଉଥିବା ବେଳେ ଗାଁ ଲୋକେ ଶିଶୁକୁ ବାଘ କବଳରୁ ରକ୍ଷା କରିଥିଲେ । ହେଲେ ସେଠି ଶିଶୁର ମୃତ୍ୟୁ ହୋଇଥିଲା। ରାତି ତମାମ ମଣିଷଖିଆ ଦୁଇ ବାଘ ଗାଁ ଚାରିପାର୍ଶ୍ଵରେ ପଇଁତରା ମାରିଥିଲେ ।
ସେହିପରି ଗାଁର ଅର୍ଜୁନ ଧରୁଆ ଗାଈକୁ ଗୁହାଳରେ ବାନ୍ଧିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଈକୁ ବାଘ ଶିକାର କରି ଅଧା ଶରୀରକୁ ଖାଇ ଯାଇ ଟାଣି ନେବାକୁ ଉଦ୍ୟମ କରିଥିଲା। ତେବେ ଟାଣି ନେବାରେ ବିଫଳ ହୋଇ ଘର ଅଗଣାରେ ଗାଈର ମୃତଦେହକୁ ଛାଡି ଚାଲି ଯାଇଥିଲେ। ଏବେ ଗାଁ ବାଘ ଆତଙ୍କରେ ଥରହର ହେଉଛି । ବର୍ତ୍ତମାନ ସୁଦ୍ଧା ଗାଁରେ ବନ ବିଭାଗ ଟିମ୍ ପହଞ୍ଚିନଥିବା ଗାଁ ଲୋକେ କହିଛନ୍ତି ।