ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଖଇରା ଅଞ୍ଚଳରେ ବାଘ ଆତଙ୍କ: ଆକ୍ରମଣରେ ୪ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ଵର ୦୮/୦୬: ଖଇରା ଅଞ୍ଚଳରେ ବାଘର ଆତଙ୍କ। ଆଜି ଅପରାହ୍ନ  ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ ଗଟେ କଲରା ପାତି ବାଘର ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ପୁରୁଷ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ଆହାତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦) ହୋଇ ଥିବାବେଳେ ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

ସୂଚନା ମୁୁତବିକ, ସତ୍ୟଭାମା ନିଜ ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବାଘଟି ସେଠାରୁ ଗର୍ଜନକରି ଗ୍ରାମ ମଧ୍ୟକୁ ପ୍ରବେଶ କରି ଥିଲା। ପରେ ଗ୍ରାମବାସୀ ଏକତ୍ର ହୋଇ ବାଘାଟିକୁ ଗୋଡ଼ାଇବାକୁ ପ୍ରୟାସ କରିବାରୁ ବାଘଟି କେଉଁଠାରେ ଲୋଚି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ କୁପାରୀ ବନ ବିଭାଗର କର୍ମଚାରୀ ପହଞ୍ଚ ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁ ଥିଲେ। ଏହି ସମୟରେ ବାଘଟିଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକ(୨୦)କୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କରଧର କେସି (୫୫) ଓ ରାଧାକାନ୍ତ ନାୟକ(୨୦) ଉପରକୁ ଆକ୍ରମଣ କରି କୌଣସି ବୁଦାମୂଳରେ ଲୋଚି ଯାଇଛି। ଏବେ ଗ୍ରାମରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଛନ୍ତି।ଆକ୍ରମଣ କରୁଥିବା ଜନ୍ତୁ ଟି ବାଘ ନା ଅନ୍ୟ କିଛି ଜଣାପଡିନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.