ପ୍ରମୂଖ ଖବର
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଶ୍ୱର ସବୁଠୁ ବଡ ମଞ୍ଜି, ଗୋଟିଏ ମଞ୍ଜିରୁ ଗଛ ହେବା ପାଇଁ ଲାଗେ ୨୦-୪୦ ବର୍ଷ ସମୟ

Published By : Krishna Priya | March 21, 2025 12:33 PM

ନୂଆଦିଲ୍ଲୀ ୨୧/୦୩: ପ୍ରତ୍ୟେକ ଗଛର ମଞ୍ଜି ରହିଥାଏ।  ଫଳର ଆକାର ଅନୁସାରେ ମଞ୍ଜି ଛୋଟ ବା ବଡ ହୋଇଥାଏ। କିନ୍ତୁ ଏପରି ଏକ ମଞ୍ଜି ରହିଛି, ଯାହାର ଓଜନ ୪୦ କେଜି। ଏହାକୁ ବିଶ୍ୱର ସବୁଠୁ ବଡ ମଞ୍ଜି ବୋଲି କୁହାଯାଉଛି। ଏହି ମଞ୍ଜିର ନାମ ‘କୋକୋ ଡେ ମେର’। ଏହି ମଞ୍ଜିର ଓଜନ ୧୫ରୁ ୩୦ କେଜି ମଧ୍ୟରେ ହୋଇଥାଏ। କିନ୍ତୁ କେତେକ କ୍ଷେତ୍ରରେ ଏହାର ଓଜନ ବୃଦ୍ଧି ପାଇ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହାର ଲମ୍ବ ୪୦ରୁ ୫୦ ସେଣ୍ଟିମିଟର ହୋଇଥିବାବେଳେ ଓସାର ୩୦ ସେଣ୍ଟିମିଟର ହୋଇଥାଏ। କେବଳ ସେତିକି ନୁହେଁ ଏହାର ଆକାର ମଧ୍ୟ ସ୍ୱତନ୍ତ୍ର। ଏହା ଦୁଇଟି ଭାଗରେ ବାଣ୍ଟି ହୋଇଥିବା ଭଳି ଦୃଶ୍ୟମାନ ହୋଇଥାଏ। ତେଣୁ ଏହାକୁ ଦ୍ୱିଖଣ୍ଡି ସଂରଚନା ବୋଲି କୁହାଯାଏ।  ଏହାର ବାହାର ଆବରଣ  ବେଶ୍‌ ବଡ, ଶକ୍ତ ଓ ପାଉଁଶିଆ ରଙ୍ଗର ହୋଇଥାଏ। 

ଏହି ଗଛ ମୁଖ୍ୟତଃ ସିଚେଲ୍ସ, କ୍ୟୁରିୟସରେ ଦେଖିବାକୁ ମିଳିଥାଏ। ୧୬୦୦-୧୭୦୦ ଶତାବ୍ଦୀରେ ନାବିକମାନେ ଏହି ମଞ୍ଜିକୁ ମହାସାଗରରୁ ପାଇଥିଲେ। ସେତେବେଳେ ନାବିକମାନେ ଏହାକୁ ନଡିଆ ବୋଲି ଭାବିଥିଲେ। କିନ୍ତୁ  ୧୮୦୦ ଶତାବ୍ଦୀରେ ସିଚେଲ୍ସରେ ଏହାକୁ ସନ୍ଧାନ କରାଯିବା ପରେ ସେତେବେଳେ ଏହି ଗଛ ଚିହ୍ନଟ ହୋଇଥିଲା। ଏଥିରୁ ଏହି ମଞ୍ଜି  ଏକ ବିଶେଷ ପ୍ରକାରର ତାଳଗଛ ବୋଲି ଜଣାପଡିଥିଲା। ତେବେ ଏହି ଗଛର ପ୍ରଜନନ ଖୁବ୍‌ ଧିମା ଓ କଠିନ ହୋଇଥାଏ। ଗୋଟିଏ ମଞ୍ଜିରୁ ଗଛଟିଏ ହେବା ପାଇଁ ୨୦-୪୦ ବର୍ଷ ସମୟ ଲାଗିଥାଏ। ଏହି ଗଛର ଫଳ ପାଚିବାକୁ ୬ରୁ ୭ ବର୍ଷ ସମୟ ଲାଗିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.