ପ୍ରମୂଖ ଖବର
  • ଆସନ୍ତା ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ଅତିରିକ୍ତ ବଜେଟ୍‌କୁ ନେଇ ହେବ ଆଲୋଚନା
  • ||
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

‘ଦ ସାବରମତୀ ରିପୋର୍ଟ ’କୁ ୟୁପିରେ ଟ୍ୟାକ୍ସ ଫ୍ରି ଘୋଷଣା କଲେ ସିଏମ୍‌ ଯୋଗୀ , ଫିଲ୍ମକୁ ଦେଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଗୋଧ୍ରା କାଣ୍ଡ ଉପରେ ତିଆରି ଫିଲ୍ମ ‘ଦ ସାବରମତୀ ରିପୋର୍ଟ ’ ଉତ୍ତର ପ୍ରଦେଶରେ ଟ୍ୟାକ୍ସ ଫ୍ରି ହୋଇଛି। ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହ ଲକ୍ଷ୍ନୌର ପ୍ଲାସିୟୋ ମଲ୍‌ରେ ଫିଲ୍ମ ଦେଖିଛନ୍ତି ଏବଂ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମର କଳାକାର ଓ ଏହା ସହ ଜଡ଼ିତ ଲୋକ ମଧ୍ୟ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଏହା ମଧ୍ୟ କହିଛନ୍ତି ଯେ କାହିଁକି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। 

ସିଏମ ଯୋଗୀ କହିଛନ୍ତି କି, ପ୍ରତି ଭାରତୀୟଙ୍କୁ ଏହି ଫିଲ୍ମ ଦେଖିବା ଉଚିତ୍‌ ଏବଂ ଦେଶ ଓ ସମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ଲୋକଙ୍କୁ ଏକ୍ସପୋଜ୍ କରିବା ଉଚିତ୍‌। ଏହି ସତ ପାଖକୁ ଯିବାକୁ ପ୍ରୟାସ କରିବା ଉଚିତ୍‌, ଯେଉଁ ଲୋକ ରାଜନୀତିକ ସ୍ୱାର୍ଥ ପାଇଁ ବିଦ୍ୱେଷ ଓ ହିଂସା ସୃଷ୍ଟି କରୁଛନ୍ତି , ତାଙ୍କୁ ଚିହ୍ନିବା ଉଚିତ୍‌ ଏବଂ ସମସ୍ତଙ୍କ ସାମନାରେ ତାଙ୍କୁ ଏକ୍ସପୋଜ୍‌ କରିବା ଆବଶ୍ୟକ । 

ସିଏମ୍‌ ଯୋଗୀ କହିଛନ୍ତି ଗୋଧ୍ରାର ସତକୁ ଦେଶ ସାମନାକୁ ଆଣିବାର ବିକ୍ରାନ୍ତ ମେସିଙ୍କ ଟିମ୍‌ ନିଜର କଳା ମାଧ୍ୟମରେ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟର ନିର୍ବାହନ କରି , ପ୍ରଶଂସନୀୟ ପ୍ରୟାସ କରିଛନ୍ତି। ୟୁପି ଓ ଏଠାର ଲୋକଙ୍କ ପକ୍ଷରୁ ତାଙ୍କର ଅଙିନନ୍ଦନ କରୁଛି। ଯେଉଁ ଲୋକ ସର୍ବଦା ସତ୍ୟ ଉପରେ ପରଦା ପକାଇବାକୁ ଚେଷ୍ଟା କରୁଛନ୍ତି , ଦେଶ ଓ ସମାଜ ବିରୋଧରେ ଷଡ଼ଯନ୍ତ୍ର କରନ୍ତି , କିନ୍ତୁ ଫିଲ୍ମ ମାଧ୍ୟମରେ ଦ ସାବରମତୀ ରିପୋର୍ଟ ଏହି ସତକୁ ସାମନାକୁ ଆଣିବାକୁ ପ୍ରୟାସ କରିଛନ୍ତି। 

ଯୋଗୀ କହିଛନ୍ତି , ସମସ୍ତଙ୍କୁ ଜଣା କି , ଦ ସାବରମତୀ ଏକ୍ସପ୍ରେସ୍‌ରେ ଅଯୋଧ୍ୟାରୁ ଗୁଜରାଟ ଫେରୁଥିବା କାରସେବକଙ୍କ ସହ ଗୋଧ୍ରା ଷ୍ଟେସନ ପରେ ଯାହା କିଛି ବି ହୋଇଥିଲା , ଏହି ସତକୁ ମିଛ ସାବ୍ୟସ୍ତ କରିବାକୁ ପ୍ରୟାସ ହେଉଥିଲା। ସେହି ସତ ସାମନାକୁ ଆସିଛି। ଏହି ସତକୁ ବହୁତ ଲୋକ ଆଜି ବି ଅସ୍ୱୀକାର କରନ୍ତି। ତାଙ୍କୁ ଏକ୍ସପୋଜ କରିବାର ଆବଶ୍ୟକତା ରହିଛି। ଏହା ଏକ ସାହସିକତା ପ୍ରୟାସ ଫିଲ୍ମ ମଧ୍ୟମରେ ହୋଇଛି।

କହି ରଖୁଛୁ କି  ‘ଦ ସାବରମତୀ ରିପୋର୍ଟ ’ ଗୁଜରାଟର ଗୋଧ୍ରା ରେଲୱେ ଷ୍ଟସନରେ ସାବରମତୀ ଏକ୍ସପ୍ରେସ ସହ ହୋଇଥିବା ଘଟଣା ସହ ଜଟିତ। ଫିଲ୍ମର ନିର୍ଦ୍ଦେଶନା ରଞ୍ଜନ ଚାଣ୍ଡେଲ  ଦେଇଛନ୍ତି। ଫିଲ୍ମରେ ବିକ୍ରାନ୍ତ ମେସି , ରାଶି ଖାନ୍ନା ଓ ରିଦ୍ଦି ଡୋଗରା ଲିଡ୍‌ ରୋଲରେ ଅଛନ୍ତି। ଏକତା କପୁରଙ୍କର ବାଲା ଜି ଫିଲ୍ମ ଏହାର ପ୍ରଡ୍ୟୁସର ଅଛନ୍ତି । ୧୫ ନଭେମ୍ୱରରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.