ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚଢ଼ା ଦର ସତ୍ତ୍ଵେ ଜମିଲା ଧନ୍‌ତେରାସ୍‌, ୧୮୦ କୋଟିର ସୁନା କିଣିଲେ ରାଜ୍ୟବାସୀ

Published By : Rasmita Pradhan | October 30, 2024 12:28 PM

ଭୁବନେଶ୍ୱର, ୩୦/୧୦ : ସୁନା ଦର ଚଢ଼ା ଥିବା ସତ୍ତ୍ଵେ ଫିକା ପଡ଼ିନାହିଁ ଧନ୍‌ତେରାସ୍‌। ରାଜ୍ୟବାସୀ ଏହି ପବିତ୍ର ପର୍ବରେ ଘରକୁ କିଣି ନେଇଛନ୍ତି ୧୮୦ କୋଟିର ସୁନା । ମନଲୋଭା ଅଫର ଏବଂ ସ୍କିମ୍‌ ଗ୍ରାହକଙ୍କୁ ବଡ଼ ମାତ୍ରାରେ ଆକର୍ଷିତ କରିଛି । ବଡ଼ ଆକାରରେ ବିକ୍ରି ହୋଇଛି ଭାରୀ ଏବଂ ହାଲୁକା ଗହଣା । ସୁନା ଏବଂ ରୁପା କଏନ୍‌ ସହ ଅନ୍ୟାନ୍ୟ ଶୁଭ ଧାତୁ ଆଦିର ବି ଭଲ କାରବାର ହୋଇଛି । ଆଗକୁ ବିବାହ ଋତୁ ଥିବାରୁ ସମ୍ଭାବ୍ୟ ଦରବୃଦ୍ଧି ଆଶଙ୍କାରେ ଆଗୁଆ ଗହଣା କିଣି ନେଇଛନ୍ତି ଗ୍ରାହକ । ଉପହାର ପାଇଁ ହାଲୁକା ଗହଣା ଭଲ ବିକ୍ରି ହୋଇଥିବା ଗହଣା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଆକର୍ଷଣୀୟ ସ୍କିମ୍‌ ଆଉ ବ୍ୟାପକ କଲେକ୍ସନ ଗ୍ରାହକଙ୍କୁ ବଡ଼ ମାତ୍ରାରେ ଆକର୍ଷିତ କରିଛି । ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ଆଗକୁ ସୁନା ଦର ନୂଆ ରେକର୍ଡ ଧରିବା ଆଶଙ୍କା ରହିଛି । ତେଣୁ ନିବେଶ ପାଇଁ ମଧ୍ୟ ସୁନା କିଣିଛନ୍ତି ଗ୍ରାହକ । ଆକର୍ଷଣୀୟ ଅଫର ଏବଂ ସ୍କିମ୍‌ ସହ ଭଲ ଡିଲ୍‌ ଲାଭ କରିଛନ୍ତି । 

ଧନ୍‌ତେରାସ୍‌ରେ ସୁନା କିଣିବାର ପୁରୁଣା ପରମ୍ପରା ରହିଆସିଛି । ଏହି ଦିନ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ବର୍ଷକରେ ସବୁଠାରୁ ଅଧିକ ସୁନା ଧନ୍‌ତେରସ୍‌ରେ ବିକ୍ରି ହୋଇଥାଏ । ତେଣୁ ମଙ୍ଗଳବାର ଗହଣା ସୋ’ରୁମ୍‌ଗୁଡ଼ିକରେ ଦେଖାଦେଇଥିଲା ଖଚାଛଚ୍‌ ଭିଡ଼ । ପ୍ରତିବର୍ଷ ପରି ଏଥର ବି ଲୋକେ ଦରକୁ ଖାତିର ନ କରି ହାତଖୋଲି ଖର୍ଚ୍ଚ କରିଛନ୍ତି । ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ମଙ୍ଗଳବାର ଗ୍ରାହକଙ୍କ ସୁବିଧା ଲାଗି ସକାଳ ୮.୩୦ରୁ ଷ୍ଟୋର ଖୋଲାଯାଇଥିଲା । ବିଶେଷ କାଉଣ୍ଟର ସହ ଅତିରିକ୍ତ କାଉଣ୍ଟର ବ୍ୟବସ୍ଥା କରାଯାଇଥିଲା । ଦିନ ଯାକ ସୋ’ରୁମରେ ଭିଡ଼ ଥିଲା । ତେବେ ସଂଧ୍ୟାରେ ବେଶି ଗ୍ରାହକ ଗହଣା କିଣିବାକୁ ଆସିଥିଲେ । ଦ୍ୱିତୀୟ ଦିନରେ ମଧ୍ୟ ଭଲ କାରବାର କରିବୁ ବୋଲି ଆଶା । ବିକ୍ରି ଆଶାନୁରୂପ ହୋଇଛି । ସୁନା ସହ ହୀରା ଗହଣା କିଣାକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ମୂଲ୍ୟ ଅଧିକ ରହିବା ସତ୍ତ୍ଵେ ମଧ୍ୟ ଭଲ କାରବାର ଦେଖୁଛୁ । ଆଗକୁ ବିବାହ ସିଜନ ଥିବାରୁ ଲୋକେ ଗହଣା କିଣୁଛନ୍ତି । ବିଶେଷ ଅଫର, କ୍ରେଡିଟ କାର୍ଡ, ଗୋଲ୍‌ଡ କଏନ ସହ ଲୋକମାନେ ଯେଭଳି ମୂଲ୍ୟ ବୃଦ୍ଧି ଯୋଗୁ ବେଶି ପ୍ରଭାବିତ ହେବେନି ଗଢ଼ା ମଜୁରୀରେ ଅଫର ଦିଆଯାଉଛି । ଭଳିକି ଭଳି କଲେକ୍ସନ ସାଙ୍ଗକୁ ଡିଜାଇନ ଗହଣା ଯୋଗୁ ଏବେ ଗ୍ରାହକ କିଛି ନା କିଛି ଗହଣା କିଣୁଛନ୍ତି । 

ରାଜ୍ୟର ପ୍ରତିଷ୍ଠିତ ଗହଣା ସୋ’ରୁମ୍‌ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କୁହନ୍ତି, ପୂର୍ବବର୍ଷ ଧନ୍‌ତେରାସ୍‌ ବେଳେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ଥିଲା ୫୭,୦୦୦ ଟଙ୍କା । ଏବେ ଏହା ୭୩,୦୦୦ ଟଙ୍କା ଉପରେ । ବର୍ଷକରେ ୩୦% ରିଟର୍ଣ୍ଣ ଦେଇଛି ସୁନା । ବର୍ଷକୁ ବର୍ଷ ଭଲ ଲାଭ ଦେଇଚାଲିଛି ଏହି ଧାତୁ । ସୁନା ଦର ଯେଉଁ ହାରରେ ବଢୁଛି ଭଲ ରିଟର୍ଣ୍ଣ ପାଇବା ପାଇଁ ଲୋକେ ଏଥିରେ ବଡ଼ ମାତ୍ରାରେ ନିବେଶ କରୁଛନ୍ତି । ଧନ୍‌ତେରାସ ଏବଂ ଦୀପାବଳି ହେଉଛି ଆକର୍ଷଣୀୟ ଅଫର୍‌ର ଲାଭ ଉଠାଇବାର ସମୟ । ତେଣୁ ଗ୍ରାହକ ଏଭଳି ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ଧନ୍‌ତେରାସ୍‌ରେ ଆମ ସୋ’ରୁମ୍‌ଗୁଡ଼ିକରେ ଲୋକଙ୍କ ଭିଡ଼ ରହିଥିଲା । ରବିବାରଠାରୁ ଗ୍ରାହକଙ୍କ ଆଗମନ ବଡ଼ ଆକାରରେ ବଢ଼ିଥିବା ଶ୍ରୀ ଖିମ୍‌ଜୀ କହିଛନ୍ତି । 

ଶ୍ରୀ ଖିମ୍‌ଜୀ ଆହୁରି କହିଛନ୍ତି ଯେ, ଆଗାମୀ ଡିସେମ୍ବର ସୁଦ୍ଧା ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୮୦,୦୦୦ ଟଙ୍କା ପାର୍‌ କରିପାରେ । ତେଣୁ ଲୋକେ ଏବେ ଏଥିରେ ନିବେଶ କରି ଭଲ ରିଟର୍ଣ୍ଣ ଆଶା କରିପାରିବେ । ବର୍ତ୍ତମାନ ଆମ ସୋ’ରୁମ୍‌ଗୁଡ଼ିକରେ ହାଲୁକାଠାରୁ ଆରମ୍ଭ କରି ଭାରୀ ପର୍ଯ୍ୟନ୍ତ ସବୁ ପ୍ରକାର ଗହଣାର ଚାହିଦା ରହିଛି । ସୁନା, ରୁପା ଏବଂ ହୀରାର ଆକର୍ଷଣୀୟ କଲେକ୍ସନ ରହିଛି । କର୍ପୋରେଟ୍‌ ଗିଫ୍ଟିଂ ପାଇଁ ବ୍ୟାପକ ସମ୍ଭାର ଅଛି । ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଧନତେରାସରେ ସୁନା ଓ ରୁପା ଗହଣା କିଣିଲେ ଶୁଭ ବୋଲି ଲୋକଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ରହିଛି । ବର୍ଷକୁ ଥରେ ଏହି ଅବସର ଆସୁଥିବାରୁ ଲୋକମାନେ ଏହି ସୁଯୋଗକୁ ହାତ ଛଡ଼ା କରି ନ ଥାନ୍ତି । ଧନତେରାସ ସହ ଆଗକୁ ବିବାହ ସିଜନ ଲାଗି ଲୋକେ ଏବେଠୁ କିଣାକିଣି କରୁଛନ୍ତି । ଆମର ସବୁ ଷ୍ଟୋରଗୁଡିକରେ ଗ୍ରାହକଙ୍କ ଆଗମନ ବେଶ ଭଲ ରହିଛି । ଆଗକୁ କିଛି ମାସ ମଧ୍ୟ ଭଲ ବେପାର ରହିବ ବୋଲି ଆଶା । ଲୋକେ ଧନତେରାସ ଲାଗି ରୁପାର ବିଭିନ୍ନ ସାମଗ୍ରୀ ଏବେ କିଣୁଥିବା ଦେଖାଯାଉଛି । ଏହାକୁ ଧ୍ୟାନରେ ରଖି ବ୍ୟାପକ ପ୍ରସ୍ତୁତି ରହିଛି । 

ଜୟ ଆଲୁକାସର ଷ୍ଟୋର ମ୍ୟାନେଜର ସୁବାଷ ଏମ୍‌ କହିଛନ୍ତି, ଚଳିତ ବର୍ଷ ଧନତେରାସରେ ଆମ ଷ୍ଟୋରରେ ଭିଡ଼ ଜାରି ରହିଛି । ୨ ଦିନ ଭଲ ବେପାର ହେବ ବୋଲି ଆଶା । ଷ୍ଟୋର ବନ୍ଦ ହେଲା ଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହୁଛି । ମୂଲ୍ୟ ଅଧିକ ରହିଲେ ମଧ୍ୟ ଏହା ଯେଭଳି ଗ୍ରାହକଙ୍କ ଉପରେ ବେଶି ପ୍ରଭାବ ପକାଇବ ନାହିଁ ସେଥିଲାଗି ବିଶେଷ ଅଫର ରହିଛି । ନିର୍ଦ୍ଧିଷ୍ଟ କ୍ରୟ ଉପରେ ସୁନା କଏନ ସହ ଅନ୍ୟ ଆକର୍ଷଣୀୟ ଅଫର ରହିଛି । ଗ୍ରାହକ ଏବେ ସୁନା ଗହଣା ସହ ହୀରା ଗହଣା ଉପରେ ମଧ୍ୟ ବେଶି ଫୋକସ କରୁଛନ୍ତି । ଚୁଡି, କାନଫୁଲ, ମୁଦି ସହ ନେକଲେସ କିଣାକୁ ଗ୍ରାହକ ପସନ୍ଦ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.