ବଲାଙ୍ଗୀର, ୨୬/୧୦: ଦୁଇ ଦିନ ତଳେ ତଣ୍ଡାମୁଣ୍ଡା ଗାଁ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କୁ ଏକ ଗୁପ୍ତ ସ୍ଥାନରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି ପୋଲିସ । ୪ ଜଣଙ୍କ ମଧ୍ୟରେ ଜଣେ ପଡୋଶୀ ଜିଲ୍ଲାର ମହିଳା ଥିବା ଜଣାପଡ଼ିଛି । ତେବେ ମୃତ ଯୁବକ ଏବଂ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଉଭୟଙ୍କ ହତ୍ୟା ପଛରେ ସେକ୍ସ ରାକେଟ୍ କାରବାର ରହିଥିବା ସୂଚନା ମିଳିଛି ।
ଗୁରୁବାର ପୁଇଁନ୍ତଳା ଥାନା ଅନ୍ତର୍ଗତ ତଣ୍ଡାମୁଣ୍ଡା ଗାଁ ଜଙ୍ଗଲରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟଙ୍କ ବେକ କଟା ଯାଇଥିଲା । ଘଟଣାସ୍ଥଳରେ ପୋଲିସଙ୍କ ସହ ନିଜେ ଏସଡିପିଓ ମଧ୍ୟ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।