ଟିଟିଲାଗଡ଼, ୨୮/୧୨: ରେଳ ଲାଇନରୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ । ମୃତ ମହିଳା ଜଣକ ଶିରୋଲ ଗାଁ ପାଖ ତେତେଲଖୁଣ୍ଟି ଗାଁର କମଳା ରଣା (୨୫) ବୋଲି ଜଣା ପଡ଼ିଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେଳ ଷ୍ଟେସନ ଓ ରହେନଭଟ ରେଳଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ରେଳ ଧାରଣାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଟିଟିଲାଗଡ ରେଳ ଷ୍ଟେସନ ଓ ରହେନଭଟ ରେଳଷ୍ଟେସନ ମଝିରେ ଥିବା ଶିରୋଲ ଗାଁ ରେଳ ଧାରଣାରେ ଜଣେ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ରେଲୱେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପଇ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।