ପ୍ରମୂଖ ଖବର
  • ବଲାଙ୍ଗୀର : ଶିଶୁ ଦିବସ ଅଭିଭାଷଣ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଛାତ୍ରଛାତ୍ରୀ ମର୍ମାହତ
  • ||
  • ଆସିକା : ସ୍ବାମୀର ଛୁରା ମାଡରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଅଟକ
  • ||
  • କଳାହାଣ୍ଡି : ଯୁବକଙ୍କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌, କଟିଗଲା ବାମ ଗୋଡ଼
  • ||
  • କଟକ ଐତିହାସିକ ବାଲିଯାତ୍ରା: ଶୁକ୍ରବାର ଉଦ୍‌ଘାଟନ୍ କରିବେ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ୧୩ ଦେଶର ରାଷ୍ଟ୍ରଦୂତ
  • ||
  • ବାଙ୍ଗିରିପୋଷି : ସାମାନ୍ୟ ଟଙ୍କା ପାଇଁ ହତ୍ୟାକାଣ୍ଡ, କୁରାଢିରେ ପିଟି ସ୍ତ୍ରୀକୁ ମାରିଲା ସ୍ବାମୀ
  • ||
  • ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ
  • ||
  • ଖଜୁରୀପଡା : ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ରାସ୍ତାରୋକ
  • ||
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ବନ ବିଭାଗର ଚଢଉ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟ୍ଟା ଜବତ

ମାଲକାନଗିରି/ମାଥିଲି,୭/୧୧ :  ମାଥିଲି ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗାଁରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ କରାଯାଇଛି । ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଗୋବିନ୍ଦପାଲ୍ଲୀ ନିକଟରେ ଥିବା କାନ୍ଦୁଗୁଡା ଗ୍ରାମର ଦୁଇଟି ସ୍ଥାନରେ ଚଢଉ କରି ୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶାଳ ଓ ପିଆଶାଳ କାଠ ଜବତ କରାଯାଇଛି । 

ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ମାଥିଲି ବନ କର୍ମଚାରୀମାନେ କାନ୍ଦୁଗୁଡା ଗାଁରେ ପହଞ୍ଚିଥିଲେ। ସେଠାରେ ରାମ ଆନମାଳିଆ ଘର ନିକଟରୁ ପଟା ଓ ସାଇଜ କାଠ ମିଶି ମୋଟ ୫୨ଖଣ୍ଡ କାଠ ଜବତ କରାଯାଇଥିଲା। ଏହି ସମୟରେ ରାମ ଆନମାଳିଆ ଅନୁପସ୍ଥିତ ରହିଥିଲେ। ସେହିପରି ତୁଳସୀ ଅନମାଳିଆଙ୍କ ଏକ ଅର୍ଦ୍ଧ ନିର୍ମିତ ଘରୁ ୩୫ଖଣ୍ଡ ପଟ୍ଟା ଓ କାଠ ଜବତ ହୋଇଥିଲା । ଚଢଉ ସମୟରେ ସେ ମଧ୍ୟ ଅନୁପସ୍ଥିତ ରହିଥିବା ଜଣାପଡିଛି । ବନ କର୍ମଚାରୀମାନେ ସମସ୍ତ କାଠ ସହ ଅନେକ କାଠ କାଟିବା ସରଞ୍ଜାମ ମଧ୍ୟ ଘଟଣାସ୍ଥଳରୁ ଜବତ କରିଥିଲେ । ରାମ ଆନମାଳିଆ ଏବଂ ତୁଳସୀ ଆନମାଳିଆ ନାମରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ଚଢଉରେ ବନପାଳ ପବିତ୍ର ଦାସ, ମୂରଲୀ ମହାରଣା, ସମରା ଖରା, ଏ.ପିଙ୍କି ରାଓ, ଋଷିକେଶ ପାଣିଗ୍ରାହୀ, ବନରକ୍ଷୀ ଜଗବନ୍ଧୁ ପାତ୍ର, ଅର୍ଜୁନ ବଟେ, ଦିଲ୍ଲୀପ ଡାକୁଆ, ସୁବ୍ରତ ପରିଡ଼ା, ଦିପ୍ତିରଞ୍ଜନ ନାୟକ, ସୁଶାନୁ ସ୍ବାଇଁ, ପାରା ପ୍ଲୁଆର୍ଡ ଏବଂ ୱାଇଲ୍ଡ ଲାଇଫ ସ୍କ୍ବାର୍ଡ ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.