ପ୍ରମୂଖ ଖବର
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଗୁହାର, ସୋସିଆଲ୍‌ ମିଡିଆରେ ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ର ଭିଡିଓକୁ ନେଇ ଚର୍ଚ୍ଚା

କଟକ,୦୯/୧୧: ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ ଅହମ୍ମଦର  ଦୁଇଟି ଭିଡିଓ ସୋସିଆଲ୍‌ ମିଡିଆରେ ହଠାତ୍‌  ଅପ୍‌ଲୋଡ୍‌ ହୋଇଛି । ଏନ୍‌କାଉଣ୍ଟର ଭୟରେ ସେ ଏହି ଦୁଇଟି ଭିଡିଓକୁ ତାର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ  ପୋଷ୍ଟ କରିଥିବା କୁହାଯାଉଛି । ‘ମୁଁ ସମାଜର  ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଚାହୁଁଥିବା ବେଳେ ପୁଲିସ ମୋତେ ଏନ୍‌କାଉଣ୍ଟର୍‌  କରିବା ପାଇଁ ଖୋଜୁଛି’ ବୋଲି ସେ ଏହି  ଭିଡିଓରେ କହୁଛି । ପୁଲିସ ଡରରେ ସକିଲ୍‌ ସମାଜର ମୁଖ୍ୟ ସ୍ରୋତ କଥା ଉଠାଇ ଜାଣିଶୁଣି ଭିଡିଓ ଭାଇରାଲ୍‌ କରିଥିବା କଥା କୁହାଯାଉଥିବା ବେଳେ ଏଭଳି ଅଭିଯୋଗ ନେଇ ପୁଲିସର ପ୍ରତିକ୍ରିୟା କିନ୍ତୁ ମିଳିପାରିନି । 

କଟକ ସହରରେ ବଟି ଆଦାୟରୁ ଆରମ୍ଭ କରି  ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଛି  ଗ୍ୟାଙ୍ଗ୍‌ଷ୍ଟର୍‌ ସକିଲ୍‌ । ସେ ନିଜର ଗ୍ୟାଙ୍ଗ୍‌ ଆରମ୍ଭ କରି  ଜେଲ୍‌ ଭିତରୁ କାୟା ବିସ୍ତାର କରୁଥିବାର ପୁଲିସ ରେକର୍ଡ  ରହିଛି । ଇତିମଧ୍ୟରେ କମିସନରେଟ୍‌ ପୁଲିସ୍‌ ତାକୁ ତଡ଼ିପାର୍‌  କରିଥିଲା । ତଡ଼ିପାର୍‌ ଦଣ୍ଡ ଅବଧି ସାରିବା ପରେ ମଧ୍ୟ କିଛି  ମାମଲାରେ ସେ ଜେଲ୍‌ ଯାଇସାରିଛି । ଗଲା କିଛି ଦିନ ହେବ  ଚର୍ଚ୍ଚାର ବାହାରେ ଥିବା ସକିଲ୍‌ର ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ  ହଠାତ୍‌ ଆଜି ଦୁଇଟି ଭିଡିଓ ସଂଧ୍ୟା ସମୟରେ ଅପ୍‌ଲୋଡ୍‌  ହୋଇଥିଲା । ଭିଡିଓ ଦୁଇଟି ସେ କାହିଁକି ଅପ୍‌ଲୋଡ୍‌ କରିଛି,  ସେ ବିଷୟ ଉକ୍ତ ଭିଡିଓରେ ସେ କହୁଥିବା ଦେଖିବାକୁ  ମିଳିଛି ।


ଭିଡିଓରେ ସେ କହିଛି ଯେ, ପୁଲିସ୍‌ ମୋତେ କିଛି  ଦିନ ହେବ ଖୋଜାଖୋଜି କରୁଛି । କାରଣ  ପୁଲିସ ମୋତେ ଫେକ୍‌ ଏନ୍‌କାଉଣ୍ଟର୍‌ କରିବାକୁ ଯୋଜନା କରିଛି । ମୁଁ ଦୀର୍ଘ  ମାସ ହେବ କୌଣସି ଅପରାଧ କରୁନାହିଁ । ଏପରିକି  ଅପରାଧୀଙ୍କ ସହିତ ସମ୍ପର୍କ ରଖିନାହିଁ । ଏବେ କୌଣସି  ଥାନାରେ ମୋ ନାଁରେ ନୂଆ ଏତଲା ହୋଇନି । ମାତ୍ର ପୁଲିସ୍‌  ମୋତେ ମିଛ କେସ୍‌ରେ ଫସେଇବା ପାଇଁ ଚାହୁଁଥିବା ବିଭିନ୍ନ ଲୋକଙ୍କଠାରୁ ଶୁଣୁଛି । ମୁଁ ଜେଲ୍‌ରୁ ବାହାରିବା ପରେ  ଥାନାରେ ହାଜିରା ଦେଉଥିଲି । ପରେ ଆଇନକୁ ସମ୍ମାନ  ଜଣାଇ ୬ମାସ ତଡ଼ିପାର୍‌ ମଧ୍ୟ ହେଲି । ଘରକୁ ଆସିବା  ପରେ ପୁଣି ଥାନାରେ ହାଜିରା ଦେଲି । ଏହାର ୪ ମାସ  ପରେ ଜଣେ ସମ୍ପର୍କୀୟଙ୍କ ସହ ଯୋଡ଼ି ପୁଲିସ୍‌ ମୋ’ ନାଁରେ  ୬ଟି କେସ୍‌ କରିଛି । ମୋତେ ନ୍ୟାୟ ମିଳୁ ବୋଲି ସକିଲ୍‌  ଭିଡିଓରେ କହିଛି ।

 ‘ମୁଁ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ସମାଜର ମୁଖ୍ୟସ୍ରୋତକୁ ଆସିବାକୁ ଚାହୁଁଛି । ମୁଁ ଭଲ ମଣିଷ ହେବାକୁ  ଚାହୁଁଛି । ମୁଁ ଗୁହାରି କରୁଛି ମୋତେ ନ୍ୟାୟ ମିଳୁ, ଉଚ୍ଚ  ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ଦିଅନ୍ତୁ’ ବୋଲି  ଭିଡିଓରେ ସେ କହିଛି । ଏହି ଦୁଇଟି ଭିଡିଓ କେଉଁଠାରେ  ସୁଟିଂ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ୁନି। ତଥାପି ଏକ  ପରିତ୍ୟକ୍ତ ସ୍ଥାନରେ ବସି ତାହା ସୁଟ୍‌ ହୋଇଥିବା ଅନୁମାନ  କରାଯାଉଛି । ଅନ୍ୟପଟେ ଏହି ଭିଡିଓ ନେଇ ଓ ଭିଡିଓରେ  ସକିଲ୍‌ କରିଥିବା ଅଭିଯୋଗ ନେଇ କଟକ ପୁଲିସ କିଛି  ପ୍ରତିକ୍ରିୟା ଦେଇନି । 

ଗୁରୁତ୍ୱପୂର୍ଣ୍ଣ ହେଉଛି, ଅଖିଳେଶ୍ୱର ସିଂହ  ଡିସିପି ଥିବା ବେଳେ କଟକରେ ପ୍ରାୟ ୨୭ଟି ଏନ୍‌କାଉଣ୍ଟର  ହୋଇଥିଲା । ଏପରିକି ଦୁଇ ଜଣଙ୍କୁ ଦୁଇ ଥର ଏନ୍‌କାଉଣ୍ଟର  କରାଯାଇଥିଲା । ସେ ସମୟରେ ସକିଲ୍‌ ସବୁଠାରୁ ଅଧିକ  ଉତ୍ପାତ କରୁଥିବା ବେଳେ ମଧ୍ୟ ସେ ଏନ୍‌କାଉଣ୍ଟରର ଶିକାର ହୋଇନଥିଲା । ଏପରିକି ଅଖିଳେଶ୍ୱରଙ୍କ ପରେ  ବହୁ ଡିସିପି ଆସି ଯାଇଛନ୍ତି । ମାତ୍ର ସେ ଏନ୍‌କାଉଣ୍ଟର୍‌  ସାମ୍ନା କରିନି । ବାରମ୍ବାର ଜେଲ୍‌ ଯାଇଛି । ଏବେ ହଠାତ୍‌  ସକିଲ କାହିଁକି ନିଜକୁ ଅସୁରକ୍ଷିତ ମଣିଲା ଓ ଏନ୍‌କାଉଣ୍ଟର  ଭୟ ତାକୁ ଘାରିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.