ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ହାତୀ ଗଣନା ଶେଷ, ଆସିଲା ଗଣତି ରିପୋର୍ଟ

ହରଭଙ୍ଗା,୨୪/୫ :  ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନରେ ଆଜି ହାତୀ ଗଣତି ଶେଷ l ଉକ୍ତ ବନାଞ୍ଚଳ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜରେ ହାତୀ ଶୂନ୍ୟ ନେଇ ଆସିଛି ରିପୋର୍ଟ l ଗତ ବୁଧବାର ଦିନଠାରୁ ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିଲା ଗଣତି l ଉକ୍ତ ରେଞ୍ଜ ଅଧୀନରେ ଥିବା ମାରଡ଼ା, ଶୀତଳପାଣି, ସୁନାଖଣିଆ, ଅତଲସରl, କୁମାରୀ, କୁସଙ୍ଗ, ନନ୍ଦା ଗାଡୁ, ହିଞ୍ଜଳ, ଶ୍ରୀପlଜୁ, ପଦ୍ମତୋଳା, ନୂଆପଡା ଆଦି ୧୧ଟି ବିଟରେ ବିଟ ପିଛା ୧୦ଗୋଟି ପିଆଇପି ସମୁଦାୟ ୧୧୦ପିଆଇପି, ସିସିଟିଭ, ମଞ୍ଚା ଓ ୩୩ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ l ପିଆଇପି ଗୁଡ଼ିକ ମହାନଦୀ ପଠା, ଘଞ୍ଚ ଜଙ୍ଗଲ ରାସ୍ତା, ଜଙ୍ଗଲରେ ଥିବା ପାଣି ନିକଟରେ କରାଯାଇଥିବା ସହ ସୁଉଚ୍ଚ ମଞ୍ଚlରେ କର୍ମଚାରୀ ରହି ହାତୀଙ୍କ ଗତିବିଧି ଲଖ୍ୟ କରିଥିବା ସୂଚନା ମିଳିଛି l ଅନ୍ୟପଟେ ଏହି ହାତୀ ଗଣନାରେ କୁସଙ୍ଗ ରେଞ୍ଜରେ ହାତୀ ଶୂନ୍ୟ ନେଇ ବନ୍ୟ ଜନ୍ତୁ ଅସୁରକ୍ଷିତରୁ ହାତୀ ରହୁନଥିବା ମନେ ହେଉଛି l 

ଏହି ହାତୀ ଗଣତିରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯ୍ୟାମୀ ଯାନୀ, ରାଜ ଶତପଥି, ସୋମନାଥ ପରିଡା, ବିଷ୍ଣୁ ପ୍ରିୟା ଦେଇ, ରୁନି ଦଳବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିବା ଓ ରେଞ୍ଜ ଅଂଚଳରେ ହାତୀ ନ ଥିବା ନେଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି । ସେହିପରି ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ଆଡ଼େନିଗଡ, ବାରିଙ୍ଗ, ତଳଗାଁ ଫରେଷ୍ଟ ସେକ୍ସନର ହାତୀଧରା, ମୁଣ୍ଡେସର ଓ ପୁଢ଼ହଳ ଜଙ୍ଗଲରେ ମଧ୍ୟ ହାତୀ ଗଣନା ତିନି ଦିନ ଧରି ଚାଲିଥିଲା । ଏଥିରେ ୬୦ଜଣ ଷ୍ଟାଫ ୨୦ଟି ଟିମକୁ ନେଇ କରାଯାଇଥିଲା। ୨୦ଟି ଜାଗାରେ ମଞ୍ଚା କରାଯାଇଥିଲା। ୨ଟି ୱାଚ ଟାୱାର କରାଯାଇଥିଲା । ଏଥିରେ ୪ଟି ଦନ୍ତା, ୬ଟି ମାଈ ସହ ୪ଟି ଛୁଆ ହାତୀ ଥିବା ସୂଚନା ମିଳିଛି । 

ଏହି ଗଣନାରେ ଫରେଷ୍ଟର ସୁନୀଲ ଖେତୀ, ଅଭିମନ୍ୟୁ ମହାନ୍ତି, ସୁମନ୍ତ ମଲିକ, ଫରେଷ୍ଟଗାର୍ଡ ଶରତ ନାୟକ, ସୁବଳ ପ୍ରଧାନ ଏବଂ ସମସ୍ତ ସ୍କ୍ୱାର୍ଡ ସାମିଲ ଥିବା ମାଧପୁର ରେଞ୍ଜ ଅଧିକାରୀ ଆସିକ ଦିଗାଲ ସୂଚନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.