ହାଇଦ୍ରାବାଦ, ୧୦/୧୧ : ତେଲେଙ୍ଗାନାର ସିଦ୍ଦିପେଟ କସ୍ବେରେ ଜଣେ ବ୍ୟକ୍ତି ନିଜ ଦୁଇ ପିଲାଙ୍କ ସହ ନଦୀରେ ଡେଇଁ ଆତ୍ମହତ୍ୟା କରି ନେଇଛନ୍ତି । ପୋଲିସ ଅନୁସାରେ ସତ୍ୟମ(୪୮) ନିଜ ପୁଅ ଅବ୍ନେଶ(୭) ଏବଂ ଝିଅ ତ୍ରିବେଣୀ(୫)ଙ୍କ ସହ କସ୍ବେର ଚିନତଲ ଚେରୁବୁ ନଦୀରେ ଡେଇଁଛନ୍ତି ।
ପୋଲିସ ରବିବାର ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୃତଦେହକୁ ନଦୀରୁ ବାହାର କରିଛି । କୁହାଯାଉଛି କି ସତ୍ୟମ ନିଜ ଜୀବନ ଦେବା ଲାଗି ସେହି ନଦୀରେ ଡେଇଁବା ପୂର୍ବରୁ ଦୁଇ ପିଲାଙ୍କୁ ନଦୀରେ ପକାଇ ଦେଇଥିଲେ । ପୋଲିସକୁ ସନ୍ଦେହ ଅଛି କି ପାରିବାରିକ ସମସ୍ୟା କାରଣରୁ ସେ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି କି ସତ୍ୟମ ନିଜ ଦ୍ବିତୀୟ ସ୍ତ୍ରୀଙ୍କ ସହ ଝଗଡ଼ା କାରଣରୁ ଘର ଛାଡ଼ି ଦେଇ ଚାଲିଯାଇଥିଲେ ଏବଂ ନିଜ ମା-ବାପାଙ୍କ ସହ ରହୁଥିଲେ । ଏହାପରେ ସେ ନିରାଶ ଥିଲେ । ସେ ନିଜ ପ୍ରଥମ ସ୍ତ୍ରୀଙ୍କ ପିଲାଙ୍କ ସହ ଆତ୍ମହତ୍ୟା କରି ନେଇଛନ୍ତି ।