ପ୍ରମୂଖ ଖବର
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ଜନସଂଖ୍ୟା ବଢାଇବାକୁ ପୁଟିନ୍‌ଙ୍କ ନୂଆ ଯୋଜନା: ରାତି ୧୦ଟା ପରେ ଲାଇଟ୍‌ ଓ ଇଣ୍ଟରନେଟ୍ ବନ୍ଦ, ସନ୍ତାନ ଜନ୍ମ ପାଇଁ ଲୋଭନୀୟ ଅଫର

ମସ୍କୋ,୧୨।୧୧: ୟୁକ୍ରେନ୍ ସହ ମହାଯୁଦ୍ଧ ଭିତରେ ଋଷର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବ୍ଲାଦିମିର ପୁଟିନ୍ ସରକାରଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ। ଏଭଳି ଏକ ସଙ୍କଟର ମୁକାବିଲା ପାଇଁ ଋଷ ସରକାର ଜନସଂଖ୍ୟା ବଢାଇବ ଉପରେ ଲୋକଙ୍କୁ ସଚେତନ କରୁଛନ୍ତି। ଲୋଭନୀୟ ଅଫ୍‌ର ମଧ୍ୟ ଦେଉଛନ୍ତି, କିନ୍ତୁ ବହୁ ଚେଷ୍ଟା ପରେ ବି ତାହା ସଫଳ ହୋଇନି। ହେଲେ ପୁଟିନ୍ ସରକାର ଏବେ ଜନ୍ମହାର ବଢାଇବା ଦିଗରେ ନୂଆ ନୂଆ ବାଟ ବାହାର କରିଛନ୍ତି। 

ଜନ୍ମହାର ବଢାଇବା ପାଇଁ ୫ଟି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଯେପରିକି ରାତି ୧୦ଟା ପରେ ଲାଇଟ୍-ଇଣ୍ଟରନେଟ୍‌ ବନ୍ଦ କରିବା, ମା’ଙ୍କୁ ପ୍ରୋତ୍ସାହନ ରାଶି, ସରକାରଙ୍କ ପକ୍ଷରୁ କପଲ ଡେଟ୍‌ର ପୁରା ଖର୍ଚ୍ଚ ଉଠାଇବା ଓ ସେକ୍ସ ମନ୍ତ୍ରଣାଳୟର ସ୍ଥାପନ କରିବା ଭଳି ଯୋଜନା ରହିଛି। ପୁଟିନ୍‌ଙ୍କ ବିଶ୍ବସ୍ଥ ଓ ଋଷ ସଂସଦରେ ପାରିବାରିକ ସୁରକ୍ଷା ସମ୍ପର୍କିତ କମିଟିର ଅଧ୍ୟକ୍ଷ ନିନା ଓସ୍ତାନିନା ସେକ୍ସ ମନ୍ତ୍ରଣାଳୟ ଗଠନ କରିବାର ଦାବି କରିଛନ୍ତି। ତାଙ୍କ ମତରେ ଏହି ମନ୍ତ୍ରଣାଳୟ ଜନସଂଖ୍ୟା ବଢାଇବାର ନୂଆ ବାଟ ଖୋଜିବ। ଏହାଦ୍ବାରା ଦେଶରେ ଜନସଂଖ୍ୟା ବୃଦ୍ଧି ହୋଇପାରିବ।

ଋଷରେ ହ୍ରାସ ପାଉଥିବା ଜନସଂଖ୍ୟାର ମୁଖ୍ୟ କାରଣ ହେଉଛି ୟୁକ୍ରେନ୍ ସହ ସଂଘର୍ଷ। ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଲକ୍ଷାଧିକ ସଂଖ୍ୟାରେ ସୈନିକଙ୍କ ମୃତ୍ୟୁ ହୋଇସାରିଛି। ନିକଟରେ ବ୍ରିଟେନ୍‌ର ଅଧିକାରୀ କହିଥିଲେ ଯେ, ଋଷ ଏହି ଯୁଦ୍ଧରେ ୭ ଲକ୍ଷ ସୈନିକଙ୍କୁ ହରାଇ ସାରିଛି।ଏହି ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଗତ ମାସ ଅକ୍ଟୋବରରେ ପ୍ରତିଦିନ ୧୫୦୦ ‌େ‌ସୈନିକଙ୍କ ମୃତ୍ୟୁ ହୋଇଛି। ଏହାଛଡା ଋଷ ଭିତରେ ଥିବା ଯୁବକଙ୍କୁ ସେନାରେ ଟ୍ରେନିଂ ଦେଇ ୟୁକ୍ରେନ୍ ମଧ୍ୟ ପଠାଯାଉଛି। ଦେଶର ଅଧିକାରୀ ଜନସଂଖ୍ୟା ହ୍ରାସକୁ ରୋକିବା ପାଇଁ ପୁଟିନ୍‌ଙ୍କ ଆହ୍ବାନକୁ ପୁରା କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରୁଛି। 

ଋଷ ସରକାରଙ୍କୁ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଛି। ଯେପରିକି ରାତି ୧୦ଟାରୁ ୨ଟା ମଧ୍ୟ ଲାଇଟ୍ ସହ ଇଣ୍ଟରନେଟ୍ କାଟି ଦିଆଯାଉ। ଯେପରି କପଲଙ୍କୁ ଅନ୍ତରଙ୍ଗ ହେବାର ସମୟ ମିଳିପାରିବ। ସେଭଳି ଯଦି କୌଣସି ମହିଳା ସନ୍ତାନ ଜନ୍ମଦେବାକୁ ଚାହାନ୍ତି, ତେବେ ତାଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ।ଆଉ ଏକ ପରାମର୍ଶ ମଧ୍ୟ ଋଷ ସରକାରଙ୍କୁ ମିଳିଛି। ତାହା ହେଲା କପଲଙ୍କ ପ୍ରଥମ ଡେଟ୍‌ ଖର୍ଚ୍ଚ ସରକାର ବହନ କରିବେ। ଏଥିପାଇଁ ଖର୍ଚ୍ଚ ସୀମା ୫୦୦୦ ରୁବେଲ (ପ୍ରାୟ ୪,୩୯୫ ଟଙ୍କା) ରଖାଯିବ।ହୋଟେଲରେ କପଲଙ୍କ ପାଇଁ ଆୟୋଜିତ ବିବାହର ରାତି ଖର୍ଚ୍ଚ ଉଠାଇବା ଉପରେ ମଧ୍ୟ ବିଚାର କରାଯାଉଛି। ଏଥିପାଇଁ ୨୬,୩୦୦ ରୁବେଲ(୨୩,୧୨୨ ଟଙ୍କା) ପର୍ଯ୍ୟନ୍ତ ଦିଆଯିବ। ସ୍ଥାନୀୟ  ଗଣମାଧ୍ୟମ ଅନୁସାରେ, ଜନ୍ମହାରକୁ ବଢାଇବା ପାଇଁ ‘ସେକ୍ସ ମନ୍ତ୍ରଣାଳୟ’ ଗଠନ କରିବାକୁ କୁହାଯାଇଛି। ୧୮ ରୁ ୨୩ ବର୍ଷର ଛାତ୍ରଛାତ୍ରୀ ସନ୍ତାନ ଜନ୍ମକଲେ ତାଙ୍କୁ ପ୍ରାୟ ୯୭,୩୧୧ ଟଙ୍କା ପର୍ଯ୍ୟନ୍ତ ଦିଆଯିବ। ଏହି ଟଙ୍କା ବିଭିନ୍ନ ସହରରେ ଅଲଗା ଅଲଗା ରହିଛି। ୯ ଲକ୍ଷ ୧୨ ହଜାରରୁ ମଧ୍ୟ ଅଧିକ ଟଙ୍କା ମିଳିପାରେ।

ଋଷର ସ୍ବାସ୍ଥ୍ୟମନ୍ତ୍ରୀ ୟେଭଗେନି ଶେସ୍ତୋପାଲୋଭ କହିଛନ୍ତି, ଅଫିସରେ ଲଞ୍ଚ ବ୍ରେକ୍‌ରେ କର୍ମଚାରୀ ମଧ୍ୟ ସେକ୍ସ କରିପାରନ୍ତି। କାର୍ଯ୍ୟାଳୟ ଓ କାରଖାନାରେ କଫି ଓ ଲଞ୍ଚ ଟାଇମ୍‌ ବ୍ରେକ୍‌ରେ କର୍ମଚାରୀ ସେକ୍ସ କରିବାରେ କିଛି କଟକଣା ନାହିଁ। ମସ୍କୋରେ ଅଧିକାରୀମାନେ କଥିତ ଭାବରେ ମହିଳା କର୍ମଚାରୀଙ୍କୁ ସେକ୍ସ ଓ ମାସିକ ଧର୍ମ ବିଷୟରେ କିଛି ପ୍ରଶ୍ନ ପଚାରୁଛନ୍ତି। ଯଦି କେହି ଉତ୍ତର ଦେବାକୁ ମନା କରନ୍ତି, ତେବେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ନିର୍ଦେଶ ଦିଆଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.