ନୂଆଦିଲ୍ଲୀ,୧୦।୬: ଦେଶରେ ନୂଆ ସରକାର ଗଠନ ହୋଇଛି। କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୭୨ ସାଂସଦ। ତାଙ୍କ ଭିତରେ ଅଛନ୍ତି କେରଳରେ ବିଜେପିର ଖାତା ଖୋଲିଥିବା ସୁରେଶ ଗୋପୀ। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ତେବେ ସେ କିନ୍ତୁ ଆଗକୁ ମନ୍ତ୍ରୀ ପଦ ଛାଡିବାର ସମ୍ଭାବନା ବଢିଛି। ଶପଥ ଗ୍ରହଣ ପରେ ଏକ ଚ୍ୟାନେଲକୁ କହିଛନ୍ତି, ତାଙ୍କୁ ଲାଗୁଛି ଖୁବ୍ ଶୀଘ୍ର ମନ୍ତ୍ରୀ ପଦରୁ ମୁକ୍ତ କରିଦିଆଯିବ।
ସେ ମନ୍ତ୍ରୀ ପଦ ମାଗି ନାହାଁନ୍ତି ବୋଲି ସୁରେଶ ଗୋପୀ କହିଛନ୍ତି। ମନ୍ତ୍ରୀ ପଦ ଛାଡିବାର କାରଣ ବର୍ଣ୍ଣନା କରି କହିଛନ୍ତି, 'ମୁଁ ଅନେକ ଫିଲ୍ମ ସାଇନ୍ କରିଛି। ଏବେ ସେଗୁଡିକୁ କରିବାକୁ ପଡିବ। ମୁଁ ଥ୍ରୀସୁରର ସାଂସଦ ଭାବରେ କାର୍ଯ୍ୟ କରିବି।’
ସୁରେଶ ଗୋପୀ କହିଛନ୍ତି, ସେ ନିଜ ନିର୍ବାଚନମଣ୍ଡଳୀରେ ବିଜେପିର ଏକମାତ୍ର ସାଂସଦ ଭାବରେ କାମ କରିବାକୁ ଚାହୁଁଛନ୍ତି । ତାଙ୍କୁ ମନ୍ତ୍ରୀ ପଦର ଆବଶ୍ୟକତା ନାହିଁ। ମୁଁ ଏହି ପଦ ମାଗି ନାହିଁ ଏବଂ ଖୁବ୍ ଶୀଘ୍ର ତାଙ୍କୁ ଏହି ପଦରୁ ମୁକ୍ତ କରାଯିବ ।