ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଶ୍ରୀ ବଳଦେବଜୀଉ ମନ୍ଦିରରେ ସୁଦଶା ବ୍ରତଧାରୀଙ୍କ ଭିଡ, ପରିବାର ସଦସ୍ୟଙ୍କ ଦୀର୍ଘାୟୁ କାମନା କଲେ

Published By : Suraj Kumar | June 5, 2025 4:05 PM

କେନ୍ଦ୍ରାପଡ଼ା, ୫।୬ ; ପବିତ୍ର ସୁଦଶା ବ୍ରତ ଅବସରରେ ଗୁରୁବାର କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉ ମନ୍ଦିରରେ ବ୍ରତଧାରୀଙ୍କ ଭିଡ଼ ହୋଇଥିଲା। ମନ୍ଦିର ବେଢ଼ାର ଉତ୍ତର ଦିଗରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ବ୍ରତଧାରୀ ମା'ଙ୍କ ଦର୍ଶନ କରିବା ସହ  ବ୍ରତ, ଧୂପଦୀପ, ପ୍ରସାଦ ଅର୍ପଣ କରିଥିଲେ। ନିଜ ପରିବାର ପାଇଁ  ସୁଖ ସମୃଦ୍ଧି ପ୍ରାପ୍ତ ନିମନ୍ତେ ମା' ଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ।

ଯେ କୌଣସି ଓଡ଼ିଆ ମାସର ଶୁକ୍ଳପକ୍ଷ ଗୁରୁବାରରେ ଦଶମୀ ତିଥି ରହିଲେ ଏହି ଦିନକୁ   ସୁଦଶା ବ୍ରତ ରୂପେ ବିବେଚନା କରାଯାଏ। ମହାଲକ୍ଷ୍ମୀଙ୍କର ଏହା ଅତ୍ୟନ୍ତ ପ୍ରିୟ ଦିନ ହୋଇଥାଏ। ଆଜି ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଗୁରୁବାର ଦଶମୀ ତିଥି ଥିବାରୁ  ବ୍ରତଧାରୀଙ୍କ ଭିଡ଼ ହୋଇଥିଲା। ଘରର ଗୃହିଣୀମାନେ ଏହି ବ୍ରତ ପାଳନ କଲେ ଘରର ସମସ୍ତଙ୍କ ଗ୍ରହଦଶା କଟିବା ସହ ଦୀର୍ଘାୟୁ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.