ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ସୁରୁବଳୀ ଯୋର ଉପରେ ସୁବଳୟା-ଆମ୍ଵଶରଭଟା ନୂତନ ସେତୁ ନିର୍ମାଣ ନେଇ ଦାବି

Published By : Rasmita Pradhan | June 10, 2025 2:06 PM

ବୀରମହାରାଜପୁର/ସୋନପୁର, ୧୦/୬ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ନିକଟରେ ବହି ଯାଉଥିବା ସୁରୁବଳୀ ଯୋର ଉପରେ ସୁବଳୟା-ଆମ୍ଵଶରଭଟା ନୂତନ ସେତୁ ନିର୍ମାଣ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। 

ସୂଚନା ଥାଉ କି, ସୁବର୍ଣ୍ଣପୁରରୁ ବୀରମହାରାଜପୁର ଦେଇ ଭୁବନେଶ୍ଵରକୁ ସଂଯୋଗ କରୁଥିବା ରାସ୍ତାର ଶୁରୁବଳି ଯୋର ଉପରେ ଏକ ନୂତନ ସେତୁ ପାଇଁ ପ୍ରସ୍ତାବ ରହିଛି। ଉକ୍ତ ପୋଲଟି ସୁବଳୟା - ଆମ୍ଵଶରଭଟା ଠାରେ କରିବାକୁ ଦାବି ହେଉଛି। ଯଦି ପ୍ରଶାସନ ନଶୁଣେ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.