ରାଉରକେଲା,୧୦/୬ : ନିଜ ମୋବାଇଲରେ ମାତ୍ର ୧୦ଟଙ୍କାର ଗୋଟିଏ ରିଚାର୍ଜ କରିବା ମାତ୍ରକେ ବ୍ୟାଙ୍କ୍ ଖାତାରୁ ଚାଲିଗଲା ୫୪ହଜାର ଟଙ୍କା। ଏମିତି ଏକ ଘଟଣା ଘଟିଛି ରାଉରକେଲାସ୍ଥିତ ଜଗଦା ଅଞ୍ଚଳରେ। ମିଳି ଥିବା ସୂଚନା ଅନୁଯାୟୀ ଚଳିତ ମାସ ୬ତାରିଖ ଦିନ ଜଗଦା ଅଞ୍ଚଳର ନିବାସୀ ରବୀନ୍ଦ୍ର ନାଥ ହୋତା ନିଜ ମୋବାଇଲରେ ହ୍ବାଟ୍ସଅପ ଇନଷ୍ଟାଲ କରିବା ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଲା।
ଏହି ଫୋନ୍ କଲରେ ଜଣେ ଶ୍ରୀ ହୋତାଙ୍କୁ ୧୦ଟଙ୍କାର ରିଚାର୍ଜ କରିବା ପାଇଁ କହିଥିଲେ। ଆସିଥିବା ଫୋନ୍ କଲ୍ ଶ୍ରୀ ହୋତା ୧୦ଟଙ୍କାର ରିଚାର୍ଜ କରିଲେ। ହେଲେ ରିଚାର୍ଜ କରିବା ମାତ୍ରକେ କେଇ ମିନଟ ମଧ୍ୟରେ ବ୍ୟାଙ୍କ ଖାତାରୁ ସଙ୍ଗେ ସଙ୍ଗ ୫୪ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ଶ୍ରୀ ହୋତା ଆଜି ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଝିରପାଣି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।