ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ବାଇକକୁ ଧକ୍କା ଦେଲା ଟ୍ରକ : ପୁଅ ମୃତ, ବାପା ଗୁରୁତର

ଦେବଗଡ,୩୦।୫   :  ରାଞ୍ଚି-ବିଜୟୱାଡା ରାସ୍ତାର ବାଘବର ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛି । ମୃତକ ହେଲେ ନିକଟସ୍ଥ ଆମ୍ବଖୋଳ ଗ୍ରାମର ମୁକେଶ ପ୍ରଧାନ   (୧୮) ।  

ମୁକେଶ ତାଙ୍କ ବାପା ଭାଗ୍ୟରଥୀ ପ୍ରଧାନଙ୍କ ସହ କୌଣସି କାର୍ଯ୍ୟ ରେ ମଟରସାଇକଲ ଯୋଗେ ବାଘବର ଗ୍ରାମ କୁ ଆସି ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରକ ସେମାନଙ୍କ ବାଇକକୁ  ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଛେଣ୍ଡିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତା ରେ ମୁକେଶ ଙ୍କ ମୃତ୍ୟୁ ଘଟିଥିଲା। ବାପା ଭାଗ୍ୟରଥୀ ଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଥିବା ବେଳେ କୁଣ୍ଢେଇଗୋଳା ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି । ଲୋକମାନେ ଏହି ରାସ୍ତାରେ ଦିନ ବେଳେ ଭାରିଯାନ ଚଳାଚଳ ବନ୍ଦ କରାଯିବା ସହ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।

ଆହୁରି ପଢନ୍ତୁ : ବଜ୍ରପାତ: ବାଇକ ଉପରେ ଟଳି ପଡିଲେ ଯୁବକ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.