ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ନିଦରେ ଚମତ୍କାର ଚିତ୍ର ଆଙ୍କୁଥିବା ‘ସ୍ଲିପ୍‌ ଆର୍ଟିଷ୍ଟ୍‌’

Published By : Anindita Ratha | July 25, 2025 8:16 AM

ନୂଆଦିଲ୍ଲୀ,୨୫/୦୭:‘ସ୍ଲିପ୍‌ ଆର୍ଟିଷ୍ଟ’ । ଏ ଶବ୍ଦ ଶୁଣିବାକୁ ଅଜବ ଲାଗୁଛି । ସ୍ଲିପ୍‌ ଆର୍ଟିଷ୍ଟ୍‌ ଅର୍ଥାତ୍‌ ଏଭଳି ଜଣେ ବ୍ୟକ୍ତି ଯିଏ ନିଦରେ ଜଟିଳରୁ ଜଟିଳ ଓ ଚମତ୍କାର ଚିତ୍ରକଳା ପ୍ରସ୍ତୁତ କରେ । ୱେଲ୍ସର ଲି ହାଡ୍‌ୱିନ୍‌ ଏଭଳି କଳାକୃତିରେ ମାହିର । ସ୍ଲିପ୍‌ ଆର୍ଟିଷ୍ଟ୍‌ ନାମରେ ସେ ପରିଚିତ । ହାଡ୍‌ୱିନ୍‌ ପିଲାଦିନୁ ନିଦରେ ଜଟିଳ ଚିତ୍ର ପ୍ରସ୍ତୁତ କରିଆସୁଛନ୍ତି । ବଡ଼ ହେବା ସହିତ ତାଙ୍କ କଳା ବିଶ୍ୱରେ ପ୍ରସାର ହେବାକୁ ଲାଗିଲା । ତାଙ୍କର ଏହି ରହସ୍ୟମୟୀ ବିଶେଷତ୍ୱ ପାଇଁ ଅନେକ ବଡ଼ ଗଣମାଧ୍ୟମ ତାଙ୍କର ସାକ୍ଷାତକାର ନେଇଛନ୍ତି । ତାଙ୍କ ପ୍ରତିଭା ଉପରେ କାହାଣୀ ମଧ୍ୟ ଲେଖିଛନ୍ତି । 

ଏବେ ହିଷ୍ଟ୍ରୀ ଚ୍ୟାନେଲ୍‌ର ଏକ ଶୋ’ରେ ତାଙ୍କର କାହାଣୀ ପ୍ରଦର୍ଶିତ ହେବ । ନିଦରେ ଚାଲିବା ଓ ନିଦରେ କଥା ହେବା ବିଷୟରେ ଅନେକ କଥା ରହିଛି । ଏହା ସାଧାରଣ କଥା । କିନ୍ତୁ ନିଦରେ ଚିତ୍ର ପ୍ରସ୍ତୁତ କରିବା ଅତ୍ୟନ୍ତ ଦୁର୍ଲଭ । ଲି ଚାହିଁଥିବାବେଳେ ସେଭଳି କଳାତ୍ମକ ପ୍ରତିଭା ଦେଖାଇ ପାରନ୍ତି ନାହିଁ, ଯାହା ଶୋଇଥିବା ଅବସ୍ଥାରେ କରନ୍ତି । ବିବିସିର ରିପୋର୍ଟ ଅନୁସାରେ, ଲି ଶୋଇବା ପରେ ନିଦରେ ହିଁ ଉଠି ଚିତ୍ରକଳା ଆରମ୍ଭ କରିଦିଅନ୍ତି । ନିଦରେ ହିଁ ଆଖପାଖରେ ଥିବା ଯେକୌଣସି ଜିନିଷର ଉପଯୋଗ କରି ଖୁବ୍‌ ଜଟିଳ ଓ ଚମତ୍କାର ଚିତ୍ର ପ୍ରସ୍ତୁତ କରିଦିଅନ୍ତି । ଲି ଯେତେବେଳେ ୪ ବର୍ଷ ବୟସର ଥିଲେ, ନିଦରେ ଥିବା ସମୟରେ କାନ୍ଥରେ ଲେଖୁଥିଲେ ଏବଂ ଅଙ୍କାବଙ୍କା ଗାର ଟାଣୁଥିଲେ । ଲି ଗଣମାଧ୍ୟମକୁ କହିଛନ୍ତି, ୧୫ ବର୍ଷ ବୟସରେ ସେ ରାତି ଅଧରେ ଉଠି କଳାକୃତି ପ୍ରସ୍ତୁତ କରୁଥିଲେ । କୌଣସି ସାଙ୍ଗ ଘରକୁ ଯାଇଥିଲେ ମଧ୍ୟ ରାତିରେ ଶୋଇଥିବା ଅବସ୍ଥାରେ ଉଠି ଚିତ୍ର ପ୍ରସ୍ତୁତ କରୁଥିଲେ । ସେ କେବଳ ଅଙ୍କାବଙ୍କା ରେଖା ନୁହେଁ, ବରଂ ପରୀଙ୍କ ଚିତ୍ରଠୁ ଆରମ୍ଭ କରି ମର୍ଲିନ ମୁନରୋଙ୍କ ଚିତ୍ର ମଧ୍ୟ ପ୍ରସ୍ତୁତ କରୁଥିଲେ । 

ଲି ଯେତେବେଳେ ନିଦରୁ ଉଠନ୍ତି, ସେହି ସାମଗ୍ରୀ ବ୍ୟବହାର କରି ଚିତ୍ର କରିବାକୁ ଖୁବ୍‌ ଚେଷ୍ଟା କରନ୍ତି । କିନ୍ତୁ ରାତିରେ ପ୍ରସ୍ତୁତ କରିଥିବା ଚିତ୍ରକଳାର ନକଲ କରିପାରନ୍ତି ନାହିଁ । ନିଜ କଳାକୃତିରୁ କିଛି ସେ ନିଜ କଳା ଶିକ୍ଷକଙ୍କୁ ଦେଖାଇଲେ । ସେମାନେ କହିଲେ, ତୁମେ ଏହାକୁ ଶ୍ରେଣୀଗୃହରେ କାହିଁକି କରିପାରୁନ? ଏ ବିଷୟରେ ବୁଝିବାକୁ ଲିଙ୍କୁ ବହୁତ ସମୟ ଲାଗିଲା । ଲି କହିଛନ୍ତି, ସେ ନିଜର ରଚନାତ୍ମକ ସାମଗ୍ରୀଗୁଡ଼ିକୁ ଗୋଟିଏ ସ୍ଥାନରେ ରଖନ୍ତି । କାରଣ ସେ ଜାଣନ୍ତି ଯେ ନିଦରେ ଥାଇ ଯେତେବେଳେ ଉଠିବେ, ହାତ ପାଖରେ ସେଗୁଡ଼ିକୁ ପାଇଯିବେ । ସବୁବେଳେ ତାଙ୍କୁ ଚତ୍ରକଳା ସରଞ୍ଜାମର ଆବଶ୍ୟକ ହୁଏ ନାହିଁ । ବାରବେକ୍ୟୁରୁ ବଳକା ଚିକେନ୍‌ କଣ୍ଟା ଏବଂ କୋଇଲାରୁ ପ୍ଲାଷ୍ଟର୍‌ବୋର୍ଡରେ ଚିତ୍ର ମଧ୍ୟ ସେ ଆଙ୍କିଥିଲେ । ଲି ବିଛଣାକୁ ପୁନଃ ଯିବା ପୂର୍ବରୁ ଘଣ୍ଟାଏ ପର୍ଯ୍ୟନ୍ତ ଚିତ୍ର କରନ୍ତି ଏବଂ ପରେ ମାଇଗ୍ରେନ୍‌ ଓ ଥକାପଣ ସହିତ ଉଠିପଡ଼ନ୍ତି । ନିଦରେ ସେ ଘୋଡ଼ା, ମଣିଷ କଳାକୃତି କରନ୍ତି । ଏଡିନ୍‌ବର୍ଗ ସ୍ଲିପ୍‌ କ୍ଲିନିକ୍‌ ଓ ଆର୍ଟ ୱର୍ଲଡ୍‌ ତାଙ୍କୁ ‘ବାସ୍ତବରେ ଅଦ୍ୱିତୀୟ’ କହିଛି । ବ୍ରିଟେନ ଓ ଅନ୍ୟ ଦେଶର ଡାକ୍ତର ଓ ବୈଜ୍ଞାନିକମାନେ ତାଙ୍କ ଉପରେ ଅଧ୍ୟୟନ କରୁଛନ୍ତି । ତଥାପି ତାଙ୍କର ରାତିରେ ନିଦରେ ଥାଇ ଚିତ୍ର ଆଙ୍କିବା ଏବେ ବି ରହସ୍ୟ ଘେରରେ ରହିଛି । କାର୍ଡିଫ୍‌ ବିଶ୍ୱବିଦ୍ୟାଳୟର ପେନି ଲୁଈସ କହିଛନ୍ତି, ଯେତେବେଳେ ଶୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ସନ୍ତୁଳନ ବିଗିଡ଼େ, ସେ ନିଦରେ ଚାଲନ୍ତି । ଲିଙ୍କ କଳାତ୍ମକ ଅଭିବ୍ୟକ୍ତିର କାରଣ ମଧ୍ୟ ଏହା ହୋଇପାରେ ବୋଲି ତାଙ୍କ ବିଶ୍ୱାସ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.