ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

କୃଷି ମନ୍ତ୍ରୀ ହେଉ ହେଉ ବିଭାଗୀୟ ଅଧିକାରୀଙ୍କ ଜରୁରୀ ବୈଠକ ଡାକିଲେ ଶିବରାଜ ସିଂ ଚୌହାନ, ନେଇ ପାରନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମୋଦୀ କ୍ୟାବିନେଟରେ ବଡ ଦାୟିତ୍ବ ମିଳିଛି । ଶିବରାଜ ସିଂ ଚୌହାନ କୃଷି ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶ ବର୍ତ୍ତମାନ ଶିବରାଜ ସିଂଙ୍କୁ ନୂତନ କୃଷି ମନ୍ତ୍ରୀ ଭାବେ ଗ୍ରହଣ କରିଛି । ଏହା ବ୍ୟତୀତ ତାଙ୍କୁ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମଧ୍ୟ ଦିଆଯାଇଛି । ତେବେ ମନ୍ତ୍ରୀ ପଦ ଗ୍ରହଣ କରିବା ମାତ୍ରେ ଶିବରାଜ ସିଂ ଚୌହ୍ବାନ ହଠାତ୍ ଆକ୍ସନ୍ ମୋଡକୁ ଆସିଛନ୍ତି ବୋଲି ଖବର ସାମ୍ନାକୁ ଆସିଛି ।

ଏହି ସମୟରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଡାକିଛନ୍ତି ମନ୍ତ୍ରୀ । କୁହାଯାଉଛି ଯେ, ବୈଠକରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏହି ବୈଠକରେ ଯୋଗଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକ ସଂସଦ ଭବନରେ ହେଉଛି।

ସୂଚନାଥାଉକି ଯେ, ମଧ୍ୟପ୍ରଦେଶର ବିଦିଶା ଆସନରୁ ଶିବରାଜ ସିଂ ଚୌହାନ ଏକ ବୃହତ ବ୍ୟବଧାନରେ ଜିତିଛନ୍ତି। ସେ ୮ ଲକ୍ଷ ୨୧ ହଜାର ୪୦୮ ଭୋଟରେ ଜିତିଛନ୍ତି।  ମଧ୍ୟପ୍ରଦେଶ ବିଧାନସଭାରେ ଶିବରାଜ ସିଂ ଚୌହାନଙ୍କ ପ୍ରଦର୍ଶନ ଜବରଦସ୍ତ ଥିଲା।

ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ଲୋକମାନେ ଭାବିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବେ କିନ୍ତୁ ଶେଷରେ ଏହି ନିଷ୍ପତ୍ତି ବଦଳିଗଲା ଏବଂ ମୋହନ ଯାଦବ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗ ପାଇଲେ। ଏହା ପରେ ଶିବରାଜ ସିଂ ଚୌହାନ ଦିଲ୍ଲୀ ରାଜନୀତିରେ ପ୍ରବେଶ କରିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଏବଂ ସମାନ ଘଟଣା ଘଟିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.