ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି; ଆଜି ଚାରମାଳ ବନ୍ଧା ସହ ସେନାପଟା ଲାଗି ନୀତି, ଅପରାହ୍ନ ୨ଟା ଯାଏ ଦର୍ଶନ ବନ୍ଦ

Published By : Prameya | June 10, 2025 7:51 AM

ପୁରୀ,୧୦/୦୬: ସୋମବାର  ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରେ  ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିର ଶୁଭାରମ୍ଭ  ହୋଇଛି । ମଙ୍ଗଳବାର ଚାରମାଳ ବନ୍ଧା ସହ ଠାକୁରଙ୍କ ସେନାପଟା  ଲାଗି ନୀତି । ଏହି ସ୍ୱତନ୍ତ୍ର ନୀତି ପାଇଁ ଦର୍ଶନ କଟକଣା ରହିଛି । ଆଜି ଠାକୁରଙ୍କ ପହୁଡ଼ଠାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଠାକୁରଙ୍କ  ଦର୍ଶନ ମିଳିବ ନାହିଁ । ସେହିଭଳି  ସ୍ନାନ ଯାତ୍ରା ବୁଧବାର ସକାଳ ୭ଟା  ସୁଦ୍ଧା ଠାକୁରଙ୍କ ପହଣ୍ଡି ଆରମ୍ଭ  ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ  ପକ୍ଷରୁ ସୂଚନା ମିଳିଛି ।  

ବୁଧବାର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦିରେ ଉଭା ହେବେ  ଶ୍ରୀଜିଉ । ଏଣୁ ସୋମବାର ବିଳମ୍ବିତ ରାତିରୁ  ଆରମ୍ଭ ହେଉଛି ବିଶେଷ ନୀତି । ଠାକୁରଙ୍କଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିବା ପରେ ରାତିରେ ବାହୁଟ କଣ୍ଟ ନୀତି କରିଥିଲେ । ମହାପ୍ରଭୁଙ୍କ  ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟ କଣ୍ଟ କରାଯାଇଛି । ଦଇତାପତିମାନେ  ସିଂହାସନରେ ଏହି କାର୍ଯ୍ୟ  କରିଛନ୍ତି । ଏହି ଅବସରରେ  କୋଠସୁଆଁସିଆ ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ  ହୋଇଛନ୍ତି । ସାମୂହିକ ଭାବେ ଏମାନେ ତଳୁ ରତ୍ନସିଂହାସନ  ପର୍ଯ୍ୟନ୍ତ ଚାରମାଳ(ଶିଡ଼ି) ବାନ୍ଧିଛନ୍ତି । 

ଚତୁର୍ଦ୍ଦଶୀ ସକାଳେ କୋଠ ସୁଆଁସିଆ ସେବକ ବାହାରିବା ପରେ  ଦଇତାପତିମାନେ ସେନାପଟା ଲାଗି କରିବେ । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳବାର ସାଢେ ୬ଟାରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ନୀତି । ୧୧ଟାରେ ସରିବ ସେନାପଟା ଲାଗି । ଏହାପରେ  ଶ୍ରୀବିଗ୍ରହଙ୍କ ମଙ୍ଗଳାଳତି ୧୨ଟାରେ,ମଇଲମ,  ତଡ଼ପ ଲାଗି ଓ ଅବକାଶ ରୋଷହୋମ,  ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ହୋଇ ଅପରାହ୍ନ  ୨ଟାରେ ଠାକୁରଙ୍କ ବେଶ ଶେଷ ହେବ ।  ଏହାପରେ ଅନ୍ୟାନ୍ୟ ନୀତି ସହ ଚଉଠି କର୍ମ ରହିଛି । ଦେବସ୍ନାନ  ପୂର୍ଣ୍ଣିମା ଦିନ ଭୋର ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ  ବଢ଼ି ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ୭ଟା ସୁଦ୍ଧା ପହଣ୍ଡି ଆରମ୍ଭ  ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.