ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଉଡିବ ଟ୍ରମ୍ପଙ୍କ ନିଦ: ଏସ୍‌ସିଓ ଇତିହାସରେ ସବୁଠାରୁ ବଡ଼ ଶିଖର ସମ୍ମିଳନୀ, ଏକାଠି ହେବେ ମୋଦିଙ୍କ ସହ ୨୦ ଦେଶର ପ୍ରମୁଖ ନେତା

Published By : Harapriya Biswal | August 26, 2025 7:06 PM

ନୂଆଦିଲ୍ଲୀ,୨୬।୮: ଭାରତ ଉପରେ ଆମେରିକା ୫୦% ଟାରିଫ ଲଗାଇବାର ଘୋଷଣା କରିଛି। ଯାହାକି ବୁଧବାର ବିଳମ୍ବିତ ରାତିରୁ ଲାଗୁ ହେବ। ଟ୍ରମ୍ପ ଦାବି କରିଛନ୍ତି, ଯଦି କୌଣସି ଦେଶ ରୁଷରୁ ତେଲ କିଣେ, ତେବେ ତାକୁ କଡା ଟାରିଫ୍‌ର ସାମନା କରିବାକୁ ପଡିବ। ଆମେରିକା ରାଷ୍ଟ୍ରପତି ବର୍ତ୍ତମାନ ସାରା ବିଶ୍ବରେ ଟାରିଫ୍ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲଗାତାର ଧମକ ମଧ୍ୟ ଦେଉଛନ୍ତି। ସୋମବାର ସେ ଚୀନ୍ ଉପରେ ୨୦୦ପ୍ରତିଶତ ଟାରିଫ୍ ଲଗାଇବାର ଧମକ ଦେଇଥିଲେ। ଏହା ଭିତରେ ଦୁନିଆର ୨୦ ଦେଶର ମୁଖ୍ୟ ଏବେ ଗୋଟିଏ ମଞ୍ଚରେ ଏକାଠି ହେବେ। ସମ୍ଭାବନା ରହିଛି ଯେ, ଚୀନ୍ ମାଟିରୁ ଆମେରିକାକୁ ଟାରିଫ୍ ମିସାଇଲର କଡା ଜବାବ୍ ଦିଆଯିବ। ଏହି ଶକ୍ତି ପ୍ରଦର୍ଶନରେ ପିଏମ୍ ମୋଦି ଓ ରୁଷ ରାଷ୍ଟ୍ରପତି ବ୍ଲାଡିମିର ପୁଟି୍ ମଧ୍ୟ ସାମିଲ ହେବେ। ଚୀନ୍‌ର ତିୟାନଜିନ୍‌ରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀ ବେଳେ ଯେତେବେଳେ ୨୦ ଦେଶର ପ୍ରମୁଖ ନେତା ଏକାଠି ନଜର ଆସିବେ, ସେତେବେଳେ ଆମେରିକା ଚିନ୍ତାରେ ପଡିଯିବ।  ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ନିଦ ଉଡିପାରେ।

ଚୀନ୍ ସହାୟକ ବୈଦେଶିକ ମନ୍ତ୍ରୀ ଲିୟୁ ବିନ୍ କହିଛନ୍ତି, ଏସ୍‌ସିଓ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଦ୍ୟ ବହୁ ଦେଶର ନେତା ସାମିଲ ହେବେ। ଏହି ଆୟୋଜନ ଚୀନ୍‌ର ତିୟାନଜିନ୍‌ ସହରରେ ହେବ। ଏହି ଦୁଇ ଦିବସୀୟ ସମ୍ମିଳନୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ୍‌ ଓ ଅନ୍ୟ ୯ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ସାମିଲ ହେବେ।

ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଚୀନ୍ ଗସ୍ତ ହେବ। ମୋଦି ଶେଷ ଥର ଗତ ବର୍ଷ ରୁଷର କାଜାନରେ ହୋଉଥିବା ବ୍ରିକ୍ସ ସମ୍ମିଳନୀରେ ଜିନ୍‌ପିଙ୍ଗ ଓ ପୁଟିନ୍‌ଙ୍କ ସହ ମଞ୍ଚରେ ଏକାଠି ହୋଇଥିଲେ। ସେଭଳି ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନ ଯୁଦ୍ଧ ଭିତରେ ରୁଷ ନେତାଙ୍କଠାରୁ ଦୂରତ୍ବ ବଜାୟ ରଖିଥିଲେ। ଗତ ସପ୍ତାହରେ ନୂଆଦିଲ୍ଲୀ ରୁଷ ଦୂତାବାସର ଅଧିକାରୀ କହିଥିଲେ, ମସ୍କୋକୁ ଆଶା ରହିଛି ଖୁବ୍ ଶୀଘ୍ର ଚୀନ୍ ଓ ଭାରତ ସହ ତ୍ରିପାକ୍ଷିୟ ବାର୍ତ୍ତା ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.