ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଶରଧାବାଲି ଦଳାଚକଟା ମାମଲା; ଶ୍ରୀମନ୍ଦିର, ପୁଲିସ ପ୍ରଶାସନର ୪୨ ଅଧିକାରୀଙ୍କ ବୟାନ ରେକର୍ଡ

Published By : Prameya | July 17, 2025 12:10 PM

ପୁରୀ,୧୭/୦୭: ଶରଧାବାଲି ଦଳାଚକଟା ମାମଲାରେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ୟରତ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇଛି । ବୁଧବାର ସର୍କିଟ ହାଉସ ସମ୍ମିଳନୀ  କକ୍ଷରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା  ଉନ୍ନୟନ କମିଶନର ଅନୁ ଗର୍ଗ ମୋଟ ୪୨ ଜଣଙ୍କ  ବୟାନ ରେକର୍ଡ କରିଛନ୍ତି । ଇଣ୍ଟିଗ୍ରେଟେଡ୍‌ କମାଣ୍ଡ  ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି)ରେ ମୁତୟନ  ଥିବା ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ସର୍କିଟ  ହାଉସ୍‌ରେ ସେମାନଙ୍କ ବୟାନ ରଖିଥିଲେ । 

ଅଦ୍ୟାବଧି ତଦନ୍ତକାରୀ ଅଧିକାରୀ ଭୁବନେଶ୍ୱରରେ  ଗୋଟିଏ ଓ ପୁରୀ ସର୍କିଟ ହାଉସ୍‌ଠାରେ ୩ଟି  ତଦନ୍ତ କମିଟି ବୈଠକ କଲେଣି । ଘଟଣା ସମୟର  ପ୍ରତ୍ୟକ୍ଷଦର୍ଶୀ ବା ଏ ବାବଦରେ ଘଟଣାସ୍ଥଳରେ ଥିବା  ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ସମେତ ଡ୍ୟୁଟିରେ  ମୁତୟନ ବିଭିନ୍ନ ବିଭାଗର ଅଧିକାରୀଙ୍କ ବୟାନ  ନେଇଛନ୍ତି । ମାସକ ଭିତରେ ତଦନ୍ତ ପ୍ରକ୍ରିୟା ସାରିବାକୁ  ସରକାର ତଦନ୍ତକାରୀ ଅଧିକାରୀଙ୍କୁ ସମୟ ଦେଇଛନ୍ତି ।  

୩ ରଥ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଶାସନିକ  ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ,  ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବରିଷ୍ଠ ପୁଲିସ ଅଧିକାରୀ  ପ୍ରମୁଖ ଦାୟିତ୍ୱରେ ଅବହେଳା କରିଛନ୍ତି ବୋଲି ପ୍ରଶ୍ନ  ଉଠିଥିଲା । ରାଜ୍ୟ ସରକାର ଘଟଣାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଶାସନ ପାଖରେ ଘଟଣା ସମୟର  ସିସିଟିଭି ଫୁଟେଜ୍‌ ଥିବାସତ୍ତେ୍ୱ ଖିଲାପ କରିଥିବା ସମସ୍ତ  ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ହୋଇନଥିବା ଅଭିଯୋଗ ହୋଇଆସୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.