ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

କଡା ସୁରକ୍ଷା ମଧ୍ୟରେ ‘ବିଗ ବସ ୧୮’ର ସୁଟିଂ କଲେ ସଲମାନ ଖାନ, ସୁରକ୍ଷା ପାଇଁ ସେଟରେ୬୦ ଗାର୍ଡସଙ୍କୁ ଆଲର୍ଟ

ମୁମ୍ବାଇ,୧୯/୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନ ଅନେକ ଦିନରୁ  ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି  ଧମକ ।  ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ହେଲେ ଏହାରି ମଧ୍ୟରେ ସଲମାନ ଖାନଙ୍କ କାମ ଉପରେ କୌଣସି ଖାସ ପ୍ରଭାବ ପଡି ନଥିବା ଦେଖିବାକୁ ମିଳୁଛି।   ସଲମାନ ଖାନ କଡା ସୁରକ୍ଷା ମଧ୍ୟରେ ‘ବିଗ ବସ ୧୮’ର ସେଟରେ ପହଞ୍ଚି ସେଠାରେ ସେ ‘ୱିକେଣ୍ଡ କା ୱାର’ର ସୁଟିଂ ପୂରା  କରିଥିବା ସୂଚନା ମିଳିଛି। 

ଏହି ସମୟରେ ସେଟରେ ସଲମାନଙ୍କ ସୁରକ୍ଷା ପାଇଁ ୬୦ ଗାର୍ଡସଙ୍କୁ ନେଇ ଆଲର୍ଟ ରଖାଯାଇଥିଲା। ୧୮ ଅକ୍ଟୋବରର ସକାଳେ ମଧ୍ୟ ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପୁଣିଥରେ ଜୀବନରୁ ମରିବାର ଧମକ ମିଳିଥିଲା, ହେଲେ ଏହା ସତ୍ତ୍ୱେ ସେ ନିଜ କାମ ଜାରି ରଖିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ସଲମାନ ‘ୱିକେଣ୍ଡ କା ୱାର’ର ସୁଟିଂ କରିବେ ନାହିଁ। ହେଲେ ସେ ସୁଟ ପାଇଁ ଫିଲ୍ମସିଟି ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ପ୍ରକାଶ ଥାଉକି, ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା । ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି। ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.