ପ୍ରମୂଖ ଖବର
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ୟୁକ୍ରେନ୍ ଉପରେ ରୁଷର ଏକାସାଙ୍ଗେ ୨୭୩ ଟି ଡ୍ରୋନ୍ ମାଡ଼, ଟ୍ରମ୍ପ କହିଲେ ‘ରକ୍ତପାତ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହେବି’

Published By : Prameya | May 18, 2025 2:19 PM

ନୂଆଦିଲ୍ଲୀ,୧୮।୫: ୟୁକେନ୍ ଉପରେ ବର୍ତ୍ତମାନର ସବୁଠାରୁ ବଡ଼ ଡ୍ରୋନ୍ ଆଟାକ୍।  ୟୁକ୍ରେନର ଅଧିକାରୀଙ୍କ କହିବା ଅନୁସାରେ, ଏହି ହମଲା ଯୁଦ୍ଧର ଆରମ୍ଭରୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ୍। ଆକ୍ରମଣ ପରେ ୟୁକ୍ରେନ୍‌ର ବହୁ ସହରରେ  ଦେଖିବାକୁ ମିଳିଛି। କିଭ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍ ଅଧିକାରୀ ରବିବାର ଏନେଇ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ଋଷ ୨୭୩ଟି ଡ୍ରୋନ୍ ମାଡ଼ କରିଥିଲା। 

ୟୁକ୍ରେନ୍ ବାୟୁସେନା ଅନୁସାରେ, ରୁଷର ଅଧିକାଂଶ ଆକ୍ରମଣ କିଭ୍‌ର କେନ୍ଦ୍ରୀୟ କ୍ଷେତ୍ର ଓ ଦେଶର ପୂର୍ବ ଭାଗ ଡୋନିପ୍ରୋପେତ୍ରସ୍କ ଓ ଡୋନେସ୍କ ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଏହା ପୂର୍ବରୁ ଫେବୃଆରୀ ୨୦୨୫ ରେ ଋଷର ୨୬୭ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକି ସେ ସମୟର ରେକର୍ଡ ଥିଲା। 

ନିକଟରେ ଇସ୍ତାନବୁଲରେ ରୁଷ-ୟୁକ୍ରେନ୍‌ ଭିତରେ ତିନି ବର୍ଷ ପରେ ହୋଇଥିବା ଶାନ୍ତିବାର୍ତ୍ତା ବିଫଳ ଥିଲା। ଦୁଇ ପକ୍ଷ  କେବଳ କଏଦୀଙ୍କୁ ଆଦାନ-ପ୍ରଦାନ ଚୁକ୍ତି କରିଥିଲେ, କିନ୍ତୁ ଯୁଦ୍ଧ ବିରତି ଉପରେ କୌଣସି ସହମତି ପ୍ରକାଶ କରିନଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିବାର ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଅସ୍ତ୍ରବିରତି ପାଇଁ ସେ ପୁଟିନ୍‌ଙ୍କ ସହ କଥା ହେବେ। ଏହି ରକ୍ତାକ୍ତ ସଂଘର୍ଷ ବନ୍ଦ କରିବା ନେଇ ତାଙ୍କ ସହ ଆଲୋଚନା କରିବେ। 

ଉଲ୍ଲେଖନୀୟ ଯେ, ରବିବାର ଭୋର ସମୟରୁ ଚାଲିଥିବା ଲଗାତାର ହମଲାରେ କିଭ୍‌ର ଓବୁଖିଭ ଜିଲ୍ଲାରେ ୨୮ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।ଜଣେ ୪ ବର୍ଷର ଶିଶୁ ସହ ୩ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ବହୁ ଆବାସିକ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.