ପ୍ରମୂଖ ଖବର
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ସାଉଦିରେ ଖୋଲିଲା ବିଶ୍ୱର ପ୍ରଥମ ଏଆଇ ଡାକ୍ତର କ୍ଲିନିକ୍‌, ବିନା ଡାକ୍ତରରେ ହେବ ରୋଗ ଚିହ୍ନଟ

Published By : Prameya | May 18, 2025 12:20 PM

ନୂଆଦିଲ୍ଲୀ ୧୮/୦୫: ସାଉଦି ଆରବରେ ଖୋଲିଛି ବିଶ୍ୱର ପ୍ରଥମ  ଏଆଇ ଡାକ୍ତର କ୍ଲିନିକ୍‌ । ଏଠାରେ ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ ଡାକ୍ତରଙ୍କ ଦ୍ୱାରା ରୋଗୀଙ୍କର ରୋଗ  ଚିହ୍ନଟ ହେଉଛି ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ  ହେଉଛି । ସାଉଦିର ଅଲ୍‌ମୂସା ହେଲ୍‌ଥ ଗ୍ରୁପ୍‌  ସହିତ ଚୀନ୍‌ ସ୍ଥିତ ମେଡିକାଲ ଟେକ୍ନୋଲୋଜି  କମ୍ପାନି ସିନି ଏଆଇର ସହଭାଗିତାରେ ଏହି  ପରୀକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଲ୍‌- ଆହ୍‌ସାର ପୂର୍ବ ପ୍ରାନ୍ତରେ ଗତ ମାସ ଏହି  କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  

ରୋଗ ଚିହ୍ନଟ ଓ ଚିକିତ୍ସା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ହସ୍ତକ୍ଷେପ ବିନା ଏଆଇ  ଡାକ୍ତର ଦ୍ୱାରା ଚିକିତ୍ସା ଏହି କ୍ଲିନିକ୍‌ର ଉଦ୍ଦେଶ୍ୟ । ଏହା ସତ୍ତେ୍ୱ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ  ଅସଲ ଡାକ୍ତରଙ୍କୁ ସାମିଲ କରାଯାଇଛି ।  

ଶଂଘାଇ ସ୍ଥିତ କମ୍ପାନି ସିନି-ଏଆଇ କହିଛି,  ଏଆଇ କ୍ଲିନିକ୍‌ ଏକ ଅଭିନବ ଚିକିତ୍ସା ସେବା  ପ୍ରଣାଳୀ । ଏଠାରେ ଏଆଇ ଡାକ୍ତରମାନେ ସ୍ୱାଧୀନ  ଭାବେ ରୋଗ ଯାଞ୍ଚ୍‌ଠୁ ଆରମ୍ଭ କରି ଔଷଧ ଲେଖିବା  ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚିକିତ୍ସା କାର୍ଯ୍ୟକ୍ରମର ପରିଚାଳନା  କରୁଛନ୍ତି । ସୁରକ୍ଷା ପାଇଁ ଏଆଇ ଡାକ୍ତରଙ୍କ ରୋଗ  ଚିହ୍ନଟ ଓ ଚିକିତ୍ସା ପରିଣାମର ସମୀକ୍ଷା ପାଇଁ ବାସ୍ତବ  ଡାକ୍ତର ସୁରକ୍ଷା ପ୍ରହରୀ ଭାବେ କାମ କରୁଛନ୍ତି ।  

ରୋଗୀ କ୍ଲିନିକ୍‌ରେ ପହଞ୍ଚିବା ପରେ, ଏକ  ଟାବ୍‌ଲେଟ୍‌ କମ୍ପ୍ୟୁଟର ବ୍ୟବହାର କରି ଡା. ହୁଆ  ନାମରେ ପରିଚିତ ଏଆଇ ଡାକ୍ତରଙ୍କୁ ସେମାନେ ନିଜର ରୋଗର ଲକ୍ଷଣ ବର୍ଣ୍ଣନା କରୁଛନ୍ତି । ଜଣେ  ଅସଲି ଡାକ୍ତରଙ୍କ ଭଳି ଏଆଇ ଡାକ୍ତର ରୋଗୀଙ୍କୁ  ଅଧିକ ପ୍ରଶ୍ନ ପଚାରନ୍ତି । ମାନବ ସହକର୍ମୀଙ୍କ  ସହାୟତାରେ ତଥ୍ୟ ଓ ଛବିଗୁଡ଼ିକର ବିଶେଷ୍ଳଣ  କରନ୍ତି । ତା’ପରେ ଡା. ହୁଆ ଚିକିତ୍ସା ପ୍ରସ୍ତାବ  ଦିଅନ୍ତି । ଶେଷରେ ଜଣେ ମାନବ ଡାକ୍ତର ଏହାର  ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତି । ଯେଉଁ ମାମଲା  ଏଆଇ ନିୟନ୍ତ୍ରଣରେ ନ ଥାଏ, ସେହି କ୍ଷେତ୍ରରେ  ମାନବ ଡାକ୍ତର ଉପସ୍ଥିତ ଥାନ୍ତି ।  

ଏଆଇ ଡାକ୍ତର ଏବେ ଶ୍ୱାସ ଓ ଫାରିନ୍‌ଗିଟିସ୍‌  ଭଳି ୩୦ ରୋଗ ପାଇଁ ଚିକିତ୍ସା ପ୍ରସ୍ତାବ ଦେଉଛନ୍ତି ।  ୫୦ ପ୍ରକାର ଶ୍ୱାସ ରୋଗ, ଗ୍ୟାଷ୍ଟ୍ରିକ୍‌ ଓ ତ୍ୱଚା ରୋଗର  ଚିକିତ୍ସା ପାଇଁ ଏଆଇ ଡାକ୍ତରଙ୍କୁ ସକ୍ଷମ କରିବାକୁ  ସିନି ଏଆଇ ଲକ୍ଷ୍ୟ ରଖିଛି । ଏହି ପାଇଲଟ୍‌  ପ୍ରୋଗ୍ରାମ୍‌ର ତଥ୍ୟ ସାଉଦି କର୍ତ୍ତୃପକ୍ଷଙ୍କୁ ପ୍ରଦାନ  କରାଯିବା ସହିତ ୧୮ ମାସ ମଧ୍ୟରେ ଏହାକୁ ମଞ୍ଜୁରି  ମିଳିବ ବୋଲି କମ୍ପାନି ଆଶା କରିଛି । ପାଇଲଟ୍‌  ପ୍ରୋଗ୍ରାମ୍‌ ପୂର୍ବରୁ ପରୀକ୍ଷଣ ପର୍ଯ୍ୟାୟରେ ଏହି  ଟେକ୍ନୋଲୋଜିର ତ୍ରୁଟି ହାର ୦.୩ ପ୍ରତିଶତ ଥିଲା  ବୋଲି ସିନି ଏଆଇ କହିଛି ।  

କମ୍ପାନିର ସିଇଓ ଝାଙ୍ଗ୍‌ ଶାଓଦିଆନ୍‌ କହିଛନ୍ତି,  ଏଆଇ ପୂର୍ବରୁ ଡାକ୍ତରଙ୍କୁ ସାହାଯ୍ୟ କରୁଥିଲା ।  ଏବେ କିନ୍ତୁ ଆମେ ଏହି ଯାତ୍ରାର ଚୂଡ଼ାନ୍ତ ସୋପାନରେ ପହଞ୍ଚିଛୁ, ଯେଉଁଠି ଏଆଇ ସିଧାସଳଖ  ରୋଗ ଚିହ୍ନଟ କରିବ ଓ ରୋଗୀଙ୍କ ଚିକିତ୍ସା କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.