ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଡିଲେଡ ଟେଷ୍ଟ ହାରିଲା ଭାରତ, ଅଲୋଡା ରେକର୍ଡର ଅଧିକାରୀ ହେଲେ ରୋହିତ

Published By : Ankita S | December 9, 2024 8:06 AM

ନୂଆଦିଲ୍ଲୀ,୦୯/୧୨: କଣ ରୋହିତ ଶର୍ମା ଭାରତର ସବୁଠୁ ଖରାପ ଅଧିନାୟକ । କଣ କହୁଛି ରେକର୍ଡ । ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଦ୍ବିତୀୟ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତ ୧୦ ୱିକେଟରେ ପରାସ୍ତ ହୋଇଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ରୋହିତ ଶର୍ମା ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛି । ଲଗାତାର ୪ଟି ଟେଷ୍ଟ ମ୍ୟାଚ ପରାସ୍ତ ହେବାରେ ସେ ଅନ୍ୟତମ ଭାରତୀୟ ଅଧିନାୟକ ହୋଇଛନ୍ତି ।

ପୂର୍ବରୁ ଏହି ଅଲୋଡା ରେକର୍ଡ ତାଲିକାରେ ଭାରତର ଏମଏକେ ପଟୌଦୀ, ସଚିନ ତେନ୍ଦୁଲକର, ଦତ୍ତାଜୀରାଓ ଗାୟକୱାଡ, ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲି ରହିଥିଲେ । ଏବେ ରୋହିତ ଶର୍ମା ତାଲିକାରେ ସାମିଲ ହୋଇଛନ୍ତି । ଏମଏକେ ପଟୌଦୀଙ୍କ ନେତୃତ୍ବରେ ୧୯୬୭ରୁ ୧୯୬୮ରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଥିଲା । ସେହିପରି ୧୯୯୯ରୁ ୨୦୦୦ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବରେ ଭାରତ ଲଗାତାର ୫ଟି ଟେଷ୍ଟ ମ୍ୟାଚ ହାରିଥିଲା । 

ସେହିପରି ୧୯୫୯ରେ ଦତ୍ତାଜୀରାଓ ଗାୟକ୍ବାର୍ଡଙ୍କ ଅଧିନାୟକତ୍ବରେ ଭାରତ ଲଗାତାର ୪ଟି ଟେଷ୍ଟ ମ୍ୟାଚ ହାରିଥିଲା । ୨୦୧୧ ଓ ୨୦୧୪ରେ ଧୋନୀଙ୍କ ଅଧିନାୟକତ୍ବରେ  ଭାରତ ଲଗାତାର ୪ଟି ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଥିଲା । ସେହିପରି ୨୦୨୦-୨୧ରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସିରେ ଭାରତ ଲାଗାତାର ୪ଟି ଟେଷ୍ଟ ମ୍ୟାଚ ହାରିଥିଲା । ଏବେ ଏହି ତାଲିକାରେ ରେହିତ ଶର୍ମା ଯୋଡି ହୋଇଛନ୍ତି ।

କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଟେଷ୍ଟ କ୍ୟାରିୟର- କହି ରଖୁଛୁ କି ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ୬୫ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୧୩ ପାଳିରେ ୪୨୭୯ ରନ କରିଛନ୍ତି । ସେଥିରେ ତାଙ୍କର ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ସାମିଲ ଅଛି । ୨୧୨ ସର୍ବାଧିକ ସ୍କୋର ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.