ଭୁବନେଶ୍ୱର,୨୯/୧୧: ରିଲାଏନ୍ସ ଡିଜିଟାଲ ପୁଣି ଥରେ ଆଣିଛି ‘ବ୍ଲାକ୍ ଫ୍ରାଇଡେ ସେଲ୍’ । ଏହା ମାଧ୍ୟମରେ ବର୍ଷକର ସବୁଠୁ ଆକର୍ଷଣୀୟ ଅଫର୍ ପାଇପାରିବେ ଗ୍ରାହକ । ଏ ଅଫର ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଏହା ଅନ୍ତର୍ଗତ ଗ୍ରାହକ ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in ରେ ବ୍ୟାପକ ବର୍ଗର ଇଲେକ୍ଟ୍ରୋନିକ୍ସ ଯଥା ସ୍ମାର୍ଟଫୋନ୍, ଲାପ୍ଟପ, ହୋମ୍ ଆପ୍ଲିଆନ୍ସେସ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପରେ ଆକର୍ଷଣୀୟ ଅଫର ପାଇବେ ।
ଏ ବର୍ଷ ସେଲ୍ରେ ଗ୍ରାହକ ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ ଏବଂ ୱାନ୍ କାର୍ଡର ନିର୍ଦ୍ଦିଷ୍ଟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପାଇପାରିବେ । କଞ୍ଜ୍ୟୁମର ଡୁରେବଲ ଲୋନ୍ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ବଜାଜ ଫିନ୍ସର୍ଭ ଏବଂ ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ ଭଳି ଫାଇନାନ୍ସ ପାର୍ଟନରମାନଙ୍କ ପକ୍ଷରୁ ୨୨,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ଉପଲବ୍ଧ । ବ୍ଲାକ୍ ଫ୍ରାଇଡେ’ ସେଲ୍ ଅବସରରେ ଆପଲ ପ୍ରଡକ୍ଟଗୁଡ଼ିକ ନିମ୍ନ ଦରରେ ଉପଲବ୍ଧ ରହିଛି । ୭୦,୯୦୦ ଟଙ୍କା ମୂଲ୍ୟରେ ଆଇଫୋନ୍ ୧୬ ଉପଲବ୍ଧ ଥିବାବେଳେ ମାସିକ ସର୍ବନିମ୍ନ ୧୩୭୧ ଟଙ୍କା କିସ୍ତିରେ ଆଇପ୍ୟାଡ୍ ନେଇପାରିବେ ଗ୍ରାହକ । ରିଲାଏନ୍ସ ଡିଜିଟାଲରୁ ଆପଲ୍ ୱାଚ୍ କିଣି ୱାକ୍ କରିବା ସହିତ ପଏଣ୍ଟ ଲାଭ କରିବେ ଗ୍ରାହକ । ସ୍ୱତନ୍ତ୍ର ମାଇଲଖୁଣ୍ଟ ପରେ ପଏଣ୍ଟଗୁଡ଼ିକୁ ରିଦିମ୍ କରି ଉକ୍ତ ଆପଲ୍ ୱାଚ୍କୁ ମାଗଣାରେ ପାଇପାରିବେ ।
ନିଜ ପସନ୍ଦର ସାଇଡ୍-ବାୟ-ସାଇଡ୍ ରେଫ୍ରିଜରେଟର କିଣି ଗ୍ରାହକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପାଇବେ ଏବଂ ମାତ୍ର ୧୯୯୯ ଟଙ୍କା ଦେଇ ୮୯୯୫ ଟଙ୍କା ମୂଲ୍ୟର ଫିଲିପ୍ସ ଏୟାର୍ ଫ୍ରାୟର ପାଇପାରିବେ । ୱାଶିଂ ମେଶିନ୍ ଏବଂ ସ୍ମାର୍ଟ ଇନ୍ଭର୍ଟର ଏସି, ଟିଭି ଏବଂ ଅନ୍ୟାନ୍ୟ ପ୍ରଡକ୍ଟଗୁଡ଼ିକ ଉପରେ ମନଲୋଭା ଅଫର ରହିଥିବା ଷ୍ଟୋର ପକ୍ଷରୁ କୁହାଯାଇଛି ।