ମୁମ୍ୱାଇ : ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ହିନା ଖାନଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ହିନାଙ୍କୁ ଟିଭି ଶୋ‘ ୟେ ରିସ୍ତା କ୍ୟା କହଲାତା ହୈ ’ରୁ ଖୁବ୍ ଲୋକପ୍ରିୟତା ମିଳିଥିଲା। ଏହି ଶୋ’ରେ ହିନା, ଅକ୍ଷରା ଭୂମିକାରେ ରୋଲରେ ନଜର ଆସି ଥିଲେ। ହିନା ଏହି ସମୟରେ ଖୁବ୍ ମୁସ୍କିଲ ସମୟ ଦେଇ ଗତି କରୁଛନ୍ତି। ହିନାଙ୍କୁ ଗତ ବର୍ଷ ଅର୍ଥାତ୍ ୨୦୨୪ରେ ଜଣାପଡ଼ି ଥିଲା କି, ତାଙ୍କୁ ବ୍ରେଷ୍ଟକ୍ୟାନସର ହୋଇଛି। ସେ କ୍ୟାନସରର ୩ୟ ଷ୍ଟେଜ୍ରେ। ଏହି ଖବର ତାଙ୍କୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି। ଏହି ମଧ୍ୟରେ ଏବେ ହିନା କ୍ୟାନ୍ସରର ଯନ୍ତ୍ରଣାକୁ ନେଇ କହିଛନ୍ତି।
ହିନା ଖାନ ନିକଟରେ ଫିଲ୍ମ ଜ୍ଞାନକୁ ନିଜର ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ସମୟରେ ସେ କଥାବାର୍ତ୍ତା ବେଳେ ଖୁବ୍ ଇମୋସନାଲ ହେବାର ନଜର ଆସିଛନ୍ତି। ହିନା କହିଛନ୍ତି, ଯାହା ଗତ ୭ ମାସ ଥିଲା, ବହୁତ ଶିଖାଇଲା। ଆପଣ ବିଶ୍ୱାସ ହିଁ କରି ପାରିବେ ନାହିଁ। ମୁଁ ଏବେ ଦୁଇ ଦିନ ପୂର୍ବେ ନିଜର ପାର୍ଟନର ରକିଙ୍କ ସହ କଥା ହେଉଥିଲି ରାତିରେ। ମୋତେ ବହୁତ କାନ୍ଦ ଲାଗୁଥିଲା। ମୁଁ ତାଙ୍କୁ କହୁଥିଲି କି, ଯେବେ ଯନ୍ତ୍ରଣା ହେଉଥିଲା, ବହୁତ କାନ୍ଦ ଲାଗୁଥିଲା।
ହିନା ଆହୁରି କହିଛନ୍ତି , ଏହା ଏତ ବଡ଼ ଜିନିଷ ଯେ, ଏହି ପ୍ରୋସେସ୍ରେ ଆପଣଙ୍କର ଶରୀରର ପୂରା ଶକ୍ତି ଏହାକୁ ସମ୍ଭାଳିବାରେ ଲାଗି ଯାଏ। ତ ଆପଣଙ୍କୁ କାନ୍ଦିବାକୁ ଆଉ ଯନ୍ତ୍ରଣାର ଅନୁଭବ ହୋଇ ନଥାଏ, ଆପଣ କେବଳ ତାକୁ ସମ୍ଭାଳି ପାଇଁ ଲାଗି ପଡ଼ନ୍ତି। ଏହି ଆଶାରେ ଦିନ ବିତେ କି ଆସନ୍ତା ସମୟ ଖୁବ୍ ଭଲ ହେବ। ଏମିତି କରି କରି ମାସମାସ ବିତି ଯାଏ। ଏହି ସମୟରେ ହିନା ଇମୋସନାଲ ହେବାର ନଜର ଆସିଛି। ଉକ୍ତ ଭିଡ଼ିଓରେ କମେଣ୍ଟ କରି ୟୁଜର୍ସ ତାଙ୍କୁ ସାହାସ ଦେଉଥିବାର ଦେଖିବାକୁ ମିଳୁଛି।
କହି ରଖୁଛୁ କି, ହିନାଙ୍କ ୱେବ୍ ସିରିଜ୍ ଗୃହ ଲକ୍ଷ୍ମୀ ଏହି ମାସରେ ୧୬ ଜାନୁଆରୀରେ ଓଟିଟି ପ୍ଲାଟଫର୍ମ EPIC ONରେ ଷ୍ଟ୍ରିମ୍ ହେଉଛି। ଗୃହ ଲକ୍ଷ୍ମୀ ୱେବ୍ ସିରିଜରେ ହିନା ଜଣେ ସାହସୀ ଓ ଦମଦାର ମହିଳା ଚରିତ୍ର କରୁଛନ୍ତି।