ନୂଆଦିଲ୍ଲୀ : ଭିକ୍କି କୌଶଳଙ୍କର ଫିଲ୍ମ ଛାଭା ଏବେ ରିଲିଜ୍‌ ମଧ୍ୟ ହୋଇ ନାହିଁ, କିନ୍ତୁ ଫିଲ୍ମକୁ ନେଇ ଏକ ବୟାନ ସାମନାକୁ ଆସିଛି। ଫିଲ୍ମ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କର ପୁଅ ସମ୍ଭାଜୀ ମହାରାଜଙ୍କ ଉପରେ ଜୀବନ ସଂଘର୍ଷ ଉପରେ ଆଧାରିତ। ଏବେ ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ ଫିଲ୍ମ ଛାଭାକୁ ନେଇ ଏକ ବୟାନ ଦେଇଛନ୍ତି। ଏହି ବୟାନରେ କୁହାଯାଇଛି କି ମକର୍ସକୁ ଏହି ଫିଲ୍ମ ଥିଏଟରରେ ରିଲିଜ କରିବା ପୂର୍ବରୁ କୌଣସି ଏକ୍ସପର୍ଟଙ୍କୁ ଦେଖାଇବାକୁ ହେବ।

ଉଦୟ ସାମନ୍ତ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି , ଏହା ଗର୍ବର କଥା କି ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ଏହା ଜରୁରୀ କି ଫିଲ୍ମକୁ ରିଲିଜ ପୂର୍ବରୁ ଐତିହାସିକ ଓ ଏକ୍ସପର୍ଟ ଦେଖନ୍ତୁ। ଯଦି କୌଣସି ବି ଆପତ୍ତିକର ସାମଗ୍ରୀ ଥିବାର ଜଣାଯାଏ , ତ ଏହାକୁ ତୁରନ୍ତ ହଟାଇ ଦିଆଯାଉ। ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ କି, ଏହି ଫିଲ୍ମରେ ଛତ୍ରପତିଙ୍କର ଗାରିମା ଓ ସମ୍ମାନର ରକ୍ଷା ହେବ। ସେ ଆହୁରି କହିଛନ୍ତି , ଫିଲ୍ମର ରିଲିଜକୁ ରୋକିବା ପାଇଁ ଆମେ ପଛକୁ ହଟିବା ଉଠିବା ନୁହେ, ଯଦି  ଫିଲ୍ମରେ କିଛି ଏମିତି ହୋଇଥାଏ , ଯାହା ମହାରାଜଙ୍କର ଇଜ୍ଜତକୁ କ୍ଷତି ପହଞ୍ଚାଇବ। 


କହି ରଖୁଛୁ କି, ଫିଲ୍ମ ଛାଭାରେ ଭିକ୍କି କୌଶଳ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ରୂପେ ନଜର ଆସିବେ , ଯିଏ ୧୬୮୧ରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରେ ମରାଠା ସାମ୍ରାଜ୍ୟର ଶାସକ ହୋଇ ଥିଲେ। ଫିଲ୍ମରେ ତାଙ୍କର ବୀରତ୍ୱ ସଂଘର୍ଷ ଓ ସାମ୍ରାଜ୍ୟ ପାଇଁ ତାଙ୍କର ବଳିଦାନର କାହାଣୀକୁ ପ୍ରଦର୍ଶିତ କରାଯିବ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ମୈଡାକ ଫିଲ୍ମସ ପ୍ରଡ୍ୟୁସ୍‌ କରିଛି। ଛାଭାର ଟ୍ରେଲର ଜବରଦସ୍ତ ଥିବା କୁହାଯାଉଛି। ଫିଲ୍ମ ୧୪ ଫେବ୍ରୁଆରୀରେ ଥିଏଟରରେ ରିଲିଜ ହେବାକୁ ଯାଉଛି।