ପ୍ରମୂଖ ଖବର
  • ଖୋଲିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଛି ଟଙ୍କା ଗଣତି
  • ||
  • କଳସ ଶୋଭାଯାତ୍ରା ବେଳେ ମାଡିଆସିଲ ଟ୍ରକ୍, ୩୦ରୁ ଅଧିକ ମହିଳା ଆହତ
  • ||
  • ଗଞ୍ଜାମ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଅନଗୁଳ ପୋକତୁଙ୍ଗା ରଗଡି ସାହିରେ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ବେଳେ ଦୁଇ ଟିମ୍ ମଧ୍ୟରେ ଗଣ୍ଡଗୋଳ, ପଡିଆରେ ବୁଲିଥିଲା ବ୍ୟାଟ୍, ଓ୍ୱିକେଟ୍‌
  • ||
  • ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିଛି ଡଲଫିନ୍ ଗଣନା, ୯ଟି ଟିମ୍ ନିୟୋଜିତ
  • ||
  • ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିଅନ୍, ୨-୧ ଗୋଲରେ ସୁରମାକୁ ହରାଇ ହାତେଇଲା ପ୍ରଥମ ଟ୍ରଫି
  • ||
  • ଆସନ୍ତା ୩ ଦିନ ଘନ କୁହୁଡ଼ି କରିବ କଲବଲ, ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ; ୫ ଦିନ ଶୁଖିଲା ପାଗ
  • ||

ଫେବୃଆରୀରେ ରିଲିଜ ହେବ ଏହି ସବୁ ଫିଲ୍ମ, ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକି-ରଶ୍ମିକା

Published By : Anindita | January 25, 2025 3:09 PM

ମୁମ୍ବାଇ,୨୫/୦୧: ୨୦୨୫ ବର୍ଷର ପ୍ରଥମ ମାସରେ, 'ଆଜାଦ', 'ଏମଜେନ୍ସି' ଏବଂ 'ସ୍କାଏ ଫୋର୍ସ' ଭଳି ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି।  ଅଜୟ ଦେବଗାନଙ୍କ ପୁତୁରା ଅମନ ଦେବଗନ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି 'ଆଜାଦ' ମାଧ୍ୟମରେ ଡେବ୍ୟୁ ମଧ୍ୟ କରିଛନ୍ତି। ତେବେ ଫେବୃଆରୀ ମାସରେ ବଲିଉଡ଼ର ୫ଟି ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଅମନ ଏବଂ ରାଶାଙ୍କ ପରି ଆଉ ଦୁଇଟି ନୂଆ ଷ୍ଟାର କିଡ଼୍ ପ୍ରଥମ ଥର ପାଇଁ ବଡ଼ ପରଦାରେ  ନଜର ଆସିବାକୁ ଯାଉଛନ୍ତି । 

ଥିଏଟରରେ ରିଲିଜ ହେବ ଏହି ୫ଟି ଫିଲ୍ମ

ଲବୟାପା- ଫେବୃଆରୀ ୭ ରେ ପ୍ରେକ୍ଷାଳୟରେ ଫିଲ୍ମ 'ଲବୟାପା' ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଆମୀର ଖାନଙ୍କ ପୁଅ ଜୁନେଦ ଖାନ ଏବଂ ବୋନି କପୁରଙ୍କ ସାନ ଝିଅ ଖୁସି କପୁରଙ୍କୁ ଏକାଠି ଦେଖିବାକୁ ମିଳିବ। ଦୁହେଁ ପ୍ରଥମ ଥର ପାଇଁ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହା ହେଉଛି ଉଭୟଙ୍କ ସିଲଭର ସ୍କ୍ରିନ ଡେବ୍ୟୁ ଫିଲ୍ମ । ପ୍ରଥମ ଥର ପାଇଁ ବଡ଼ ପରଦାରେ ନଜର ଆସିବାକୁ ଯାଉଥିବା ଏହି ଦୁଇ ତାରକା କେତେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହାପୂର୍ବରୁ ଉଭୟଙ୍କର ଗୋଟିଏ ଗୋଟିଏ ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। 'ମହାରାଜ'  ଚଳଚ୍ଚିତ୍ରରେ ଜୁନେଦ ଏବଂ ଖୁସିଙ୍କୁ 'ଦି ଆର୍କିଜ୍'ରେ ଦେଖିବାକୁ ମିଳିଥିଲା।

ବଡ଼ାସ ରବିକୁମାର- ଗାୟକ ହିମେଶ ରେଶମିଆ ମଧ୍ୟ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।  ତାଙ୍କ ଚଳଚ୍ଚିତ୍ରର ନାମ ହେଉଛି 'ବଡ଼ାସ ରବିକୁମାର' । ଏହି ଚଳଚ୍ଚିତ୍ରଟି ମଧ୍ୟ ୭ ଫେବୃଆରୀରେମୁକ୍ତିଲାଭ କରୁଛି । ଏହା ଏକ ଆକ୍ସନ୍-ମ୍ୟୁଜିକାଲ୍ ଚଳଚ୍ଚିତ୍ର, କିନ୍ତୁ ଆପଣ ଏଥିରେ  ୮୦ ଦଶକର ଆକ୍ସନ୍ ଦେଖିବାକୁ ପାଇବେ। 

ଛାବା- ଫେବୃଆରୀ ମାସର ଏହା ହେଉଛି ସବୁଠାରୁ ବଡ଼ ଚଳଚ୍ଚିତ୍ର । ଛତ୍ରପତି ସଂଭାଜୀ ମହାରାଜଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ। ତାଙ୍କ ସହିତ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଟ୍ରେଲର ଆସିଥିଲା, ଯେଉଁଥିରେ ବିକି ବହୁତ ଭଲ ଅଭିନୟ କରୁଥିବା ଦେଖିବାକୁ ମିଳିଛି।  ଏହି ଚଳଚ୍ଚିତ୍ରଟି ୧୪ ଫେବୃଆରୀରେ ମୁକ୍ତିଲାଭ କରୁଛି । 

ମେରେ ହସବେଣ୍ଡ୍ କି ବିଓ୍ବି- ଏହି ତାଲିକାରେ  ଅର୍ଜୁନ କପୁର ଏବଂ ରକୁଲ ପ୍ରୀତ ସିଂଙ୍କ ଫିଲ୍ମ 'ମେରେ ହସବେଣ୍ଡ୍ କି ବିଓ୍ବି' ମଧ୍ୟ ରହିଛି।  ମୁଦସର ଅଜିଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଫେବୃଆରୀ ୨୧ ରେ ମୁକ୍ତିଲାଭ କରୁଛି । ଯେତେବେଳେ ଏହି ଚଳଚ୍ଚିତ୍ର ଘୋଷଣା ହେଲା, ଏହାର ନାମକୁ ନେଇ ଅନେକ ଆଲୋଚନା ହୋଇଥିଲା ।

ଇନ୍ ଗଲିୟୋଁ ମେ- ଏହି ତାଲିକାର ଶେଷରେ ଅଛି  ବଲିଉଡ଼ ଫିଲ୍ମ 'ଇନ୍ ଗଲିୟୋଁ ମେ' । ଏହି ଚଳଚ୍ଚିତ୍ରରେ ଜାବେଦ୍ ଜଫ୍ରି ଏବଂ ବିବାନ ଶାହା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୮ ଫେବୃଆରୀରେ ରିଲିଜ ହେବାକୁ ଯାଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.