ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଗୋଟିଏ ଶରୀର ୨ ମୁଣ୍ଡ, ଇନ୍ଦୋରରେ ବିରଳ ଯମଜ ସନ୍ତାନ ଜନ୍ମ

Published By : Harapriya Sethi | July 25, 2025 8:39 AM

ଇନ୍ଦୋର, ୨୫/୦୭: ମଧ୍ୟପ୍ରଦେଶ ଇନ୍ଦୋରରେ ମହାରାଜା ଟୁକୋଜିରାଓ ହୋଲକର (MTH) ହସ୍ପିଟାଲରେ ଏକ ଯମଜ ଶିଶୁ ଜନ୍ମ ହୋଇଛି । ଏହି ଖବର ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୨୨ ତାରିଖରେ ଜନ୍ମ ହୋଇଥିବା ଏହି ଯମଜ ଶିଶୁଟିର ଓଜନ ୨ କିଲୋଗ୍ରାମ ରହିଥିବା ବେଳେ ଶରୀର ଗୋଟିଏ ଏବଂ ଦୁଇଟି ପୃଥକ ମୁଣ୍ଡ ରହିଛି । ଯାହାକୁ ଡାକ୍ତରୀ ଭାଷାରେ ପାରାପାଗସ୍ ଡାଇସେଫେଲିକ୍ କୁହାଯାଏ। 

ଦେବାସ ଜିଲ୍ଲାର ୨୨ ବର୍ଷୀୟା ରୂସାଙ୍କୁ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସିଜାରିଆନ୍ ଅସ୍ତ୍ରୋପଚାର ମାଧ୍ୟମରେ ଏହି ଯମଜ ସନ୍ତାନର ଜନ୍ମ ହୋଇଥିଲା । ଡାକ୍ତରମାନେ କହିଛନ୍ତି ଯେ, ଅସ୍ୱାଭାବିକ ଅବସ୍ଥା ସତ୍ତ୍ୱେ, ଉଭୟ ଶିଶୁ ଏବଂ ମା' ସୁରକ୍ଷିତ ଅଛନ୍ତି । ଶିଶୁଟିକୁ ଶିଶୁ ବିଭାଗର CNCU ୱାର୍ଡରେ ଅବଜର୍ଭେସନ୍‌ରେ ରଖାଯାଇଛି। ପରବର୍ତ୍ତୀ ସମୟରେ ସ୍କାନିଂ ଏବଂ ସର୍ଜରୀ କରିବା ପାଇଁ ଡାକ୍ତର ଯୋଜନା କରୁଛନ୍ତି । 

ତେବେ ଭୃଣରେ ଆନ୍ତରିକ ବିଭାଜନ ଅଧୁରା ହେବାରୁ ଏହି ସ୍ଥିତି ଉପୁଜି ଥାଏ । ଯାହାକୁ ମୋନୋଜାଇଗୋଟିକ୍‌ କନ୍‌ଜଏଣ୍ଟ ଟ୍ୱିନ୍‌ ବୋଲି କୁହାଯାଇଥାଏ । ତେବେ ଏହା ବଂଶାନୁକ୍ରମିକ ନୁହେଁ, ବରଂ ଏକ ବିକାଶ ଜନିତ ସମସ୍ୟା । ଡାକ୍ତରମାନେ ଏହି ଘଟଣାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି କହିଛନ୍ତି, ଯାହା ପ୍ରତି ୬୦,୦୦୦ ଜନ୍ମ ମଧ୍ୟରୁ ପ୍ରାୟ ଗୋଟିଏରେ ଦେଖିବାକୁ ମିଳିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.