ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପର୍ଣ୍ଣୋଗ୍ରାଫି ମାମଲାରେ ବଢିଲା ରାଜ କୁନ୍ଦ୍ରାଙ୍କ ଅଡ଼ୁଆ, ଘର ଏବଂ ଅଫିସ ସମେତ ୧୫ଟି ସ୍ଥାନରେ ଇଡି ରେଡ୍

Published By : Rasmita Pradhan | November 29, 2024 12:02 PM

ମୁମ୍ଵାଇ, ୨୯/୧୧ : ପର୍ଣ୍ଣୋଗ୍ରାଫି ମାମଲାରେ ବଢିଲା ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ। ମୁମ୍ଵାଇ ଜୁହୁସ୍ଥିତ ଘର, ଅଫିସ ସମେତ ଅନ୍ୟ ଠିକଣାରେ ରେଡ୍ କଲା ଇଡି। ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଏହି ମାମଲାରେ ସଂମ୍ପୃକ୍ତ ଥିବା ଅନ୍ୟ କିଛି ଲୋକଙ୍କ ଘରେ ରେଡ୍ ଚାଲିଛି। ମୋଟ ୧୫ଟି ସ୍ଥାନରେ ଇଡି ରେଡ୍ କରୁଛି। ମୋବାଇଲ୍ ଆପ୍ ଜରିଆରେ ପର୍ଣ୍ଣ ଭିଡିଓ ତିଆରି କରିବା ଏବଂ ଏହାକୁ ବିକ୍ରି କରିବା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ତନାଘନା କରୁଛି। 

ସୂଚନାନୁଯାୟୀ, ୨୦୨୧ ଜୁଲାଇରେ ପର୍ଣ୍ଣୋଗ୍ରାଫି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୨ ମାସ ଧରି ସେ ଜେଲ୍‌ରେ ଥିଲେ। ୨୦୨୧ ସେପ୍ଟେମ୍ଵରରେ ସିଟି କୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା। ଜେଲ୍‌ରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ହେଲେ ଚଳିତ ବର୍ଷ ଆରମ୍ଭରୁ ପୁଣି ଥରେ ରାଜ କୁନ୍ଦ୍ରା ଇଡି ଜାଲରେ ଫସିଥିଲେ। ମନି ଲଣ୍ଡରିଂ ମାମଲାରେ ଜୁହୁରେ ଥିବା କୁନ୍ଦ୍ରାଙ୍କର ଫ୍ଲାଟ୍, ପୁଣେସ୍ଥିତ ଏକ ବଙ୍ଗଳା, ଏବଂ ୯୮ କୋଟି ଟଙ୍କାର ସେୟାର ଇକ୍ଵିଟି ସହିତ ଅନ୍ୟ ସମ୍ପତ୍ତି ଇଡି ଜବତ କରିଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.