ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍‌ ପ୍ରସ୍ତୁତ , ଟ୍ରାଏଲ ସଫଳ ... ଭାରତୀୟ ରେଲୱେର ସ୍ୱତନ୍ତ୍ର କାରନାମା

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରିୟାସୀରେ ରେଲୱେ ପାଇଁ ଦୁନିଆର ସବୁଠୁ ଉଚ୍ଚ ପୋଲର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି। ଏହାର ନିରୀକ୍ଷଣ ପାଇଁ ପହଞ୍ଚି ଥିବା ରେଲୱେର ବରିଷ୍ଠ ଅଧିକାରୀମାନେ ପୋଲର ଯାଞ୍ଚ କରିଛନ୍ତି। ଦୁନିଆର ସବୁଠୁ ଉଚ୍ଚ ବ୍ରିଜ୍‌ରେ ଆଜି ଟ୍ରାଏଲ ଟ୍ରେନ ଚଲା ଯାଇଛି। ଉତ୍ତରୀ ରେଲୱେ ଏହି ପୋଲ ଉପରେ ଟ୍ରେନ୍‌ ସେବା ଆରମ୍ଭ କରିବାର ପ୍ରସ୍ତୁତିରେ। ଏହି ବ୍ରିଜ୍‌ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ଯୋଡ଼ି ଥାଏ। 

ରେଲୱେର ଜଣେ ଇଞ୍ଜିନିୟର ଦୀପକ କୁମାର ଏଏନଆଇ ସହ କଥା ହୋଇ କହିଛନ୍ତି କି, ପୋଲ ଉପରେ ଟ୍ରେନ୍ ସର୍ଭିସ ଖୁବ୍‌ ଶୀଘ୍ର ଆରମ୍ଭ ହୋଇଯିବ। କୁମାର କହିଛନ୍ତି ଯେ ଆଜି ଆମେ ବହୁତ ଖୁସି ଯେ ଆମେ ସଫଳ ରହିଛୁ। ଇଞ୍ଜିନିୟର ଓ ଲେବର ସମସ୍ତେ ବହୁତ ପରିଶ୍ରମ କରିଛନ୍ତି , ଏହାପରେ ଯାଇ ଏହି କାମ ପୂରା ହୋଇ ପାରିଛି।

ଆଜିକା ସମୟରେ ଟ୍ରେନ୍‌ କନ୍ୟାକୁମାରୀରୁ କଟରା ଯାଏ ଗୋଟିଏ ଲାଇନ୍‌ରେ ଚାଲିଥାଏ , ଯାହାକି ବାରାମୂଳାରୁ କାଶ୍ମୀର ଘାଟୀରେ ସଙ୍ଗଲଦାନ ଯାଏ ଚାଲିବ। ଉଧମପୁରା ଶ୍ରୀନଗର ବାରାମୂଳା ରେଲ ଲିଙ୍କ୍‌ ପ୍ରକଳ୍ପ ଏହି ବର୍ଷର ଶେଷ ସୁଦ୍ଧା ପୂରା ହୋଇଯିବ। ଏହି ପ୍ରୋଜେକ୍ଟର ଉଦ୍ଘାଟନ ୨୦ ଫେବ୍ରୁଆରୀ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇ ଥିଲା। ଏହି ପ୍ରୋଜେକ୍ଟରେ ୪୮.୧ କିମିର ବନିହାଲ-ସଙ୍ଗଲଦୋନର ରେଳ ଲାଇନ୍ ମଧ୍ୟ ସାମିଲ ଅଛି। ଏହି ପ୍ରୋଜେକ୍ଚର ପ୍ରଥମ ପର୍ଯ୍ୟାୟ ଯେଉଁଥିରେ ୧୧୮ କିମିର କାଜିଗୁଞ୍ଜ-ବାରାମୂଳାର ସେକ୍ସନ ସାମିଲ ଥିଲା, ଏହାର ଉଦ୍‌ଘାଟନ ଅକ୍ଟୋବର ୨୦୦୯ରେ କରାଯାଇ ଥିଲା।

ଅନେକ ପର୍ଯ୍ୟାୟ ପରେ ୨୦୧୪ରେ ୨୫ କିମି ଦୀର୍ଘ ଉଧମପୁର –କଟରା ସେକ୍ସନର ମଧ୍ୟ ଉଦ୍‌ଘାଟନ ହୋଇଛି। ଚିନାବ ରେଲୱେ ପୋଲ ଚିନାବ ନଦୀ ଠାରୁ ପାଖାପାଖି ୩୫୯ମିଟର (୧୧୭୮ ଫୁଟ) ଉପରେ। ଏହା ଏଫିଲ୍‌ ଟାୱର ଠାରୁ ପାଖାପାଖି ୩୫ ମିଟରରୁ ଅଧିକ ଉଚ୍ଚ। ୧,୩୧୫ ମିଟର ଦୀର୍ଘ ଏହି ପୋଲ ବର୍ଡର ପ୍ରୋଜେକ୍ଟର ପାର୍ଟ , ଯାହାର ମୂଳ ଲକ୍ଷ୍ୟ କାଶ୍ମୀର ଘାଟୀରେ ଭାରତୀୟ ରେଲୱେ ସେବାକୁ ବୃଦ୍ଧି କରାଇବା ପାଇଁ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.