ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କଟକ ଏବଂ ରାୟଗଡା ଜିଲ୍ଲାରେ ନିର୍ମାଣ ହେବ ରେଳ ଫ୍ଲାଏ ଓଭର, ରେଳ ମନ୍ତ୍ରଣାଳୟରୁ ୫୦୯ କୋଟି ଟଙ୍କା ଅନୁମୋଦନ

Published By : Suraj Kumar | December 9, 2024 9:32 PM

ଭୁବନେଶ୍ବର,୯।୧୨ :  ରେଳ ମନ୍ତ୍ରଣାଳୟ ପକ୍ଷରୁ କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ  ସୂଚନା ଦେଇଛନ୍ତି। ଏହା ଦ୍ବାରା  ରେଳ ଲାଇନଗୁଡିକରେ ଯାତାୟାତ ସମସ୍ୟା ଦୂର ହୋଇପାରିବ।

କଟକ ଜିଲ୍ଲାରେ ୧୦.୮୯ କିମି ଦୈର୍ଘ୍ୟ ରେଳ ଫ୍ଲାଏଓଭର ନିର୍ମାଣ ହେବ।  ଏହି ପ୍ରକଳ୍ପରେ କଟକ ଜିଲ୍ଲାର ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୧୦.୮୯ କିଲୋମିଟର ରେଳ ଫ୍ଲାଏ ଓଭର ନିର୍ମାଣ ଅନ୍ତର୍ଭୁକ୍ତ | ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ  ଦୂର କରିବା ସହ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରିବ । ଏହି ପ୍ରକଳ୍ପ ପାଇଁ ୨୬୮.୯୨ କୋଟି ଟଙ୍କା ମଂଜୁର କରାଯାଇଅଛି |

ସେହିପରି  ରାୟାଗଡା ଜିଲ୍ଲାର ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ନିର୍ମାଣ ହେବ।  ଏହି ପ୍ରକଳ୍ପ ପାଇଁ  ୨୩୯.୮୩ କୋଟି ଟଙ୍କା ଅନୁମୋଦନ କରାଯାଇଛି। ରାୟଗଡା ଜିଲ୍ଲାର ସିଙ୍ଗାପୁର ରୋଡ ଷ୍ଟେସନରେ ୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ।  ଯାହା ରାୟପୁର-ବିଜୟନଗରମ ରେଳ ଲାଇନରେ ଟ୍ରାଫିକ ସମସ୍ୟାକୁ ଦୂର କରିବ। ସିଙ୍ଗାପୁର ରୋଡ଼ ଷ୍ଟେସନ ସହ ପାର୍ଶ୍ଵବର୍ତ୍ତୀ ଷ୍ଟେସନରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ  ହୋଇପାରିବ। କ୍ରସ୍ ଟ୍ରାଫିକ୍ କାରଣରୁ ସୃଷ୍ଟି ହେଉଥିବା ବିଳମ୍ବକୁ ମଧ୍ୟ ଏଡାଇ ଦିଆଯିବ।  

ନୂତନ ଫ୍ଲାଏଓଭର ଦ୍ବାରା ଏକାଧିକ ଦିଗରୁ ଟ୍ରେନର ଏକକାଳୀନ ଚଳାଚଳ ପାଇଁ ଅନୁମତି ମିଳିପାରିବ । ଏଥିସହ  କ୍ରସ୍-ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରି ଏହି ରେଳ ଫ୍ଲାଏ ଓଭରଗୁଡିକ କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜଗୁଡିକୁ ସମାଧାନ କରିବ।  ବର୍ତ୍ତମାନ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ସହିତ ରାଜଆଠଗଡ଼, ରାଧାକିଶୋରପୁର, ଏବଂ ମାଛପୁର ଭଳି ପ୍ରମୁଖ ମିଳନ ସ୍ଥଳରେ ବିଳମ୍ବ ଏବଂ ଚଳାଚଳ ସମସ୍ୟା ଗୁଡିକୁ ଏଡାଇ ଦିଆଯାଇ ପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.