ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଧିକା ମଦାନଙ୍କ ବିବାଦୀୟ ବୟାନ, କହିଲେ-ବଲିଉଡ୍‌ରେ ରହିଛି ପ୍ରିୟାପ୍ରୀତି, ଇଣ୍ଡଷ୍ଟ୍ରିରେ ଧରାଯାଏନି ଷ୍ଟାରକିଡ୍‌ଙ୍କ ଭୁଲ

Published By : Krishna Priya | October 12, 2024 8:33 AM

ମୁମ୍ବାଇ ୧୨/୧୦: ବଲିଉଡ୍‌ର ବିବାଦୀୟ ବିଷୟ ଇନ୍‌ସାଇଡର୍‌-ଆଉଟସାଇଡର୍‌ ଉପରେ ଖୋଲା କଥା ହୋଇଛନ୍ତି ‘ସର୍‌ଫିରା’ ନାୟିକା ରାଧିକା ମଦାନ । ଏକ ସାକ୍ଷାତକାରରେ ସେ କହିଛନ୍ତି, ଷ୍ଟାର୍‌କିଡ୍‌ଙ୍କୁ ଶିଖିବାକୁ ୨-୩ ବା ତା’ଠୁ ଅଧିକ ଫିଲ୍ମ ମିଳେ । କିନ୍ତୁ ନୂଆ କଳାକାର ବା ବାହାରୁ ବଲିଉଡ୍‌କୁ ଆସିଥିବା କଳାକାରଙ୍କୁ ଗୋଟିଏ ଭୁଲ ପରେ ବହିଷ୍କାର କରିଦିଆଯାଏ । ରାଧିକା କହିଛନ୍ତି, ଅନ୍ୟ ଇଣ୍ଡଷ୍ଟ୍ରି ଭଳି ବଲିଉଡ୍‌ରେ ପ୍ରିୟାପ୍ରୀତି ରହିଛି । ଷ୍ଟାର୍‌କିଡ୍‌ଙ୍କ ମାମଲାରେ, ପ୍ରଥମ ଫିଲ୍ମରେ ଭଲ ପ୍ରଦର୍ଶନ ନ କଲେ ମଧ୍ୟ ସେମାନଙ୍କୁ ଆହୁରି ୨-୩ଟି ଫିଲ୍ମରେ ସୁଯୋଗ ମିଳେ । କିନ୍ତୁ ତାଙ୍କ ଭଳି ବାହାରୁ ଆସୁଥିବା କଳାକାରଙ୍କଠୁ ଗୋଟିଏ ତ୍ରୁଟି ବିନା ସେଟ୍‌କୁ ଆସିବାକୁ ଆଶା କରାଯାଏ । ପ୍ରଥମ ଫିଲ୍ମରେ ଯଦି ସେମାନଙ୍କର ଗୋଟିଏ ଛୋଟ ଭୁଲ ହୋଇଯାଏ, ତେବେ ସେମାନଙ୍କୁ ବାହାର ରାସ୍ତା ଦେଖାଇ ଦିଆଯାଏ । 

ନିର୍ମାତା-ନିର୍ଦ୍ଦେଶକ କହନ୍ତି ‘ତୁମେ ଅଭିନୟ କରିପାରିବ ନାହିଁ । ଆମେ ତୁମକୁ ଗୋଟିଏ ସୁଯୋଗ ଦେଲୁ, ଏବେ ତୁମେ ବାହାରିଯାଅ ।’ ଉଦାହରଣ ରୂପେ ସେ ନିଜ କଥା କହିଛନ୍ତି, ପ୍ରଥମ ଭୁଲ ପାଇଁ ତାଙ୍କୁ ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଛି । ଏମିତିକି ଆଉ କିଛି ପ୍ରୋଜେକ୍ଟରେ ତାଙ୍କ ପ୍ରତିଭାର ପ୍ରମାଣ ଦେବାକୁ ସୁଯୋଗ ମଧ୍ୟ ଦିଆଯାଇ ନାହିଁ । ଏହି ଧାରା ସବୁ କ୍ଷେତ୍ରରେ ଚାଲିଥିବାରୁ ଯଦିଓ ସେ ଖାପଖୁଆଇ ସାରିଛନ୍ତି, କିନ୍ତୁ ଏହା ଠିକ୍‌ ନୁହେଁ ବୋଲି ରାଧିକା କହିଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ‘ସର୍‌ଫିରା’ରେ ଅକ୍ଷୟ କୁମାରଙ୍କ ସହ ସେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ବିଫଳ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.